Related Stories
November 23, 2024
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ପୁରୀ ଜିଲ୍ଲାସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୃତ୍ତିକା ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା ସମ୍ମାନିତ ଅତିଥିଭାବେ ଯୋଗଦେଇ ମାଟି ମା’ର ଯତ୍ନ ଉପରେ ଆଲୋକପାତ କରିବା ସହ ଜୈବିକ କୃଷି ଉପରେ ଅଧିକ ଦୃଷ୍ଟି ଦେବାକୁ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ସଞ୍ଜୟ ମହାନ୍ତି ମାଟି ସହ ଜୀବାଣୁ, କବକ ଓ ଶୈବାଳ ଭଳି ଅଣୁଜୀବ ମାନଙ୍କ ସୁରକ୍ଷା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅଂଶୁମାନ ଯୋଗ ଦେଇଥିଲେ । ବୈଠକରେ ମୃତ୍ତିକା ରସାୟନବିତ ନବକିଶୋର ମହାପାତ୍ର, କୃଷ୍ଣପ୍ରସାଦ ସହକାରୀ କୃଷି ଅଧିକାରୀ ରବିନ୍ଦ୍ର କୁମାର ମହାପାତ୍ର,ବ୍ରହ୍ମଗିରି ବ୍ଲକ କୃଷି ଅଧିକାରୀ ସଚିଦାନନ୍ଦ ଦାସ ଉପସ୍ଥିତ ଥିଲେ । ଜିଲ୍ଲା କୃଷି ଯୋଜନା ଅଧିକାରୀ ସୁନିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।