
ହରିଚନ୍ଦନପୁର-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ ଗତକାଲି ରାତ୍ରି ସମୟରେ ବାରିପାଳ ଗ୍ରାମର ଅଜୟ କୁମାର ପାତ୍ର(୩୯) କୌଣସି କାମରେ ହରିଚନ୍ଦନପୁର ଆସୁଥିବା ବେଳେ ବାଇକଟି କୌଣସି କାରଣରୁ ଆଳୁଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଅଜୟ ବରିପାଳ ଅଞ୍ଚଳରୁ ଏକ ପଲସର ବାଇକ୍ (ଓଆର ୦୫ଏଲ ୭୧୬୫) ଯୋଗେ କୌଣସି କାମରେ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ ଘଟଣା ଦେଖି ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ୍ ଦେହକୁ ଉଦ୍ଧାର କରି ହରିଚନ୍ଦନପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO