
ଫୁଲବାଣୀ, କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଂଘ ର ବାର୍ଷିକ ବୈଠକ ଫୁଲବାଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପକଣ୍ଠ ବିଶିପଡ଼ା ଆସିରି ସାହି ସ୍ଥିତ ପଞ୍ଚସଖା ବାବା ସଙ୍କୀର୍ତ୍ତନ ମଣ୍ଡଳୀ କୋଠଘର ପରିସରରେ ସଂଘ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଙ୍କ ଅଧ୍ୟକ୍ଷତାରେ ସରକାରଙ୍କ କରୋନା କଟକଣାକୁ ଦୃକ୍ପାତ ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁ କଳାକାର ଏକ ପରିବାରର ବାର୍ତ୍ତା ଭାଇଚାରାର ଭାବାବେଗ ଭିତରେ ଉପସ୍ଥିତ କଳାକାରମାନଙ୍କୁ ଉଦ୍ବେଳିତ କରାଇଥିଲେ । ଏହି ଅବସରରେ ବରିଷ୍ଠ ଆଇନଜୀବୀ ସତ୍ୟଜିତ ବେହେରା, ବରିଷ୍ଠ କଳାକାର ପ୍ରଦୀପ କୁମାର ସାହୁ, ପ୍ରଜ୍ଞାଦିପ୍ତ ସାମ୍ବାଦିକ କ୍ଷୀରୋଦ ସାହାଣୀ, ଆଦିବାସୀ ପାଲା ଗାୟକ ଇନ୍ଦ୍ରଜିତ କହଁର, ସଂଘର ଜିଲ୍ଲା ସଂଯୋଜକ ସରୋଜ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କଳାକାର ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ତାହାକୁ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଇ ନିରାକରଣ ନିମନ୍ତେ ଯତ୍ନବାନ୍ ହେବା ନିମନ୍ତେ ସଂଘ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ । ବୈଠକର ପ୍ରାରମ୍ଭରେ ସମ୍ପାଦକ ପ୍ରଭାତ କୁମାର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ଅବସରରେ ଅତିଥିମାନଙ୍କ ସମେତ କନ୍ଧମାଳ ଜିଲ୍ଲାର ବ୍ଲକ ସ୍ତରୀୟ କଳାକାର ସଂଘ ସଭାପତି ସର୍ବଶ୍ରୀ ରବୀନ୍ଦ୍ର ପ୍ରଧାନ, ସଦାନନ୍ଦ ପରାସେଠ୍, ପ୍ରମୋଦ କୁମାର ଦଣ୍ଡସେନା, ତ୍ରିନାଥ ପଣ୍ଡା, ସୁକାନ୍ତ ନାୟକ, ଶତପଥୀ ପ୍ରଧାନ, ପ୍ରଭାକର ନାୟକ, ସରୋଜ ସାହୁ, ରମେଶ ଚନ୍ଦ୍ର ସାହୁ, ଭକ୍ତ ବତ୍ସଳ ନାୟକ, ଗୁରୁ ଅଚ୍ୟୁତାନନ୍ଦ ବେହେରା ପ୍ରମୁଖ ଙ୍କୁ ଆସିରୀ ସାହି ସଙ୍କୀର୍ତ୍ତନ ମଣ୍ଡଳୀ ତରଫରୁ ପୁଷ୍ପମାଲ୍ୟ ଏବଂ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଙ୍କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବୈଦିକ ରୀତି ଅନୁସାରେ ଅତିଥିମାନଙ୍କୁ ସ୍ଵାଗତ ଜଣାଇବା ସହ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ପରିଶେଷରେ ବୈଠକରେ ସଂଯୋଜନା କରୁଥିବା ବାବୁ ସଦାନନ୍ଦ ପାରାସେଠ୍ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ମଧୁସୂଦନ ନାହାକ, କିଶୋରୀ ବେହେରା ପ୍ରମୁଖ ଆସୀରି ସାହି ବାସିନ୍ଦା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO