
ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଶ୍ରୀଅରବିନ୍ଦଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି l ଏଥି ନିମିତ୍ତ ଆୟୋଜିତ ସଭାରେ ଶିକ୍ଷାକେନ୍ଦ୍ର ସଭାପତି କୃତ୍ତିବାସ ବିଶ୍ବାଳ ପୌରହିତ କରିଥିଲେ l ଅଧକ୍ଷ ବସନ୍ତ କୁମାର ଖାଡ଼ଙ୍ଗା,ସୁନିତା ଅପା, ଆଲୋଚନାରେ ଭଗ ନେଇଥିଲେl ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଯୋଗ ଦର୍ଶନ ସହିତ ପରଂପ୍ରଭୁଙ୍କ ଦେହାବସନ କିପରି ଅଲୌକିକ ଥିଲା ସେ ବିଷୟରେ ଶ୍ରୀବିଶ୍ବାଳ ଆଲୋକପାତ କରିଥିଲେ l ସୁନିତା ଅପା ଦୁର୍ଗା ସ୍ତୋତ୍ର ଓ ମା ବହି ପଠନ କରିଥିଲେ l ଶିକ୍ଷାକେନ୍ଦ୍ରର ସମସ୍ତ ସାଧକ, ସାଧିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନକରିଥିଲେ l ନୀରବ ଧ୍ୟାନ ପରେ କାର୍ଯ୍ୟକ୍ରମ ପରିସମାପ୍ତି ହୋଇଥିଲା l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO