
ବେଲଗୁଣ୍ଠା, ଆଜି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ଭାଗ ତରଫରୁ ଉତ୍ତର ଘୁମୁସର ବନଖଣ୍ଡ ଅଧୀନସ୍ଥ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନର ଆଠଟି ବନ ସୁରକ୍ଷା ସମିତି ଯଥା ମାଳତୀ, ମଠ ସାହି, କୁମୁଣ୍ଡି, ଗୋପନଗର, ବିଞ୍ଝଗିରୀ, ପର୍ଶୁଲୁଣ୍ଡା, ଦୁମୁଦୁମି, ସୁନାପଲ୍ଲୀ ବଞ୍ଜରର କାର୍ଯ୍ୟକାରିଣୀ ସଭ୍ୟାଙ୍କୁ ନେଇ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ନିକଟସ୍ଥ ମାଆ ବୁଢାକେନ୍ଦୁ ମନ୍ଦିର ପ୍ରାଙ୍ଗଣରେ ଅଣୁ ଯୋଜନା କାର୍ଯ୍ୟକIରୀ ଦଳ ଓ ମହିଳା କାର୍ଯ୍ୟକାରିଣୀ ଦଳଙ୍କ ପାଇଁ ଅଣୁ ଯୋଜନା ପ୍ରସ୍ତୁତି ସମ୍ଵନ୍ଧୀୟ ଏକ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଷତ୍ରୀୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅଣୁ ଯୋଜନାର ଉପଯୋଗିତା ଏବଂ ଏହି ଯୋଜନାର କାର୍ଯ୍ୟକାରିତା ଦିଗରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ I ସେହିପରି ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ଆଜିର ତାଲିମର ଲକ୍ଷ୍ଯ ଓ ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିବା ସହ ଜଙ୍ଗଲ ସୁରକ୍ଷା ଓ ଜୈବ ବିବିଧତା ବିଷୟରେ ଆଲୋକପାତ କରିଥିଲେ I ଡ଼ିଭିଜନ ଅଫିସ୍ ରୁ ଆସିଥିବା ଏସ୍. ଏମ.ଏସ୍ ଶାନ୍ତନୁ କୁମାର ସାହୁ ଏବଂ କାହ୍ନୁ ଚରଣ ସାହୁ ଅଣୁ ଯୋଜନାର ପ୍ରସ୍ତୁତି ଓ କାର୍ଯ୍ୟକାରିତା ଦିଗରେ ଆଲୋଚନା କରିଥିଲେ I
କାର୍ଯ୍ୟକ୍ରମରେ ଆଗାମୀ ଦିନରେ ମାଳତୀ, ଦୁମୁଦୁମି, ପର୍ଶୁଲୁଣ୍ଡା, ସୁନାପଲ୍ଲୀ ବଞ୍ଜର,ବିଞ୍ଝଗିରୀ, କୁମୁଣ୍ଡି, ଗୋପନଗର ଆଦି ଆଠଟି ବନ ସଂରକ୍ଷଣ ସମିତିର ପ୍ରାୟ 187 ହେକ୍ଟର ଜମିରେ ବୃକ୍ଷ ରୋପଣ କରାଯିବାକୁ ଆଲୋଚନା କରାଯିବା ସହ ଏହି ଜଙ୍ଗଲ ସୁରକ୍ଷା ଦିଗରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ କିପରି ଉପଯୋଗ କରାଯାଇପାରିବ ସେ ଉପରେ ଆଲୋଚନା ହୋଇଥିଲା I ଏହା ସହିତ ଜଙ୍ଗଲକୁ ଜନ ସାଧାରଣଙ୍କ ଜୀବନ ଜୀବିକାର ମାଧ୍ୟମ କରାଯାଇ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟର ଊନ୍ନତ ବଜାର ସୃଷ୍ଟି ନିମନ୍ତେ ଆଗକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ଏବଂ ବନପାଳ ଜିତେନ୍ଦ୍ର କୁମାର ମଲ୍ଲିକ୍ ପ୍ରକାଶ କରିଥିଲେ I ବନରକ୍ଷୀ ବିଜ୍ଞାନୀ ବେହେରା କାର୍ଯ୍ୟକ୍ରମର ଅବଧି ଓ ରୂପାୟନ ବିଷୟରେ ଆଲୋଚନା କରିଥିଲେ I ଏଫ.ଏମ.ୟୁ କୋର୍ଡିନେଟର ସନ୍ତୋଷ କୁମାର ଡାକୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ସାହୁ ଅଣୁ ଯୋଜନା କାର୍ଯ୍ୟକାରିତାରେ ଲୋକଙ୍କ ସହଭାଗିତା, ସମ୍ବଳ ମାନଚିତ୍ର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ I କର୍ମଶାଳାରେ ଆଠଟି ବନ ସଂରକ୍ଷଣ ସମିତିର 68 ଜଣ ସଦସ୍ୟଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧି, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ,ଶିକ୍ଷକ ଓ ବହୁ ପ୍ରକୃତି ପ୍ରେମୀ ଉପସ୍ଥିତ ଥିଲେ I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO