
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ : ସୁଆର ମହାସୁଆର ସଭ୍ୟମାନେ ଶ୍ରୀମନ୍ଦିରସ୍ତ, ଆନନ୍ଦ ବଜାର ମଧ୍ୟରେ ଅନ୍ନ ମହାପ୍ରସାଦ,ଶୁଖିଲି ମହାପ୍ରସାଦ ଓ ନିର୍ମାଲ୍ୟ ମହାପ୍ରସାଦ ବିକ୍ରୟ କରିବା ବଂଶାନୁକ୍ରମିକ ଧିକାର ଅଟେ । ଏହି ନିର୍ମାଲ୍ୟ ମହାପ୍ରସାଦ ଶୁଖିଲା ହେତୁ । ଏହି କୈବଲ୍ୟ ନିର୍ମାଲ୍ୟ କୁ ଶୁଦ୍ଧ କପଡ଼ାରେ ପ୍ୟାକେଟ କରି ଯୋଗାଇ ଦିଆଯାଏ । ଉକ୍ତ ଜନ ସାଧାରଣ ଓ ବିଦେଶାଗତ ଯାତ୍ରୀମାନେ, ଏହି ନିର୍ମାଲ୍ୟ ମହାପ୍ରସାଦକୁ ନେଇ ଠାକୁର ଘରେ ରଖି ଆବଶ୍ୟକ ମଣେ ବ୍ୟବହାର କରିଥାନ୍ତି ।କିନ୍ତୁ,ଆମାଜନ୍ ଇଣ୍ଡିଆ କମ୍ପାନୀ ମୋବାଇଲ ଦ୍ବାରା ଅନ୍ଲାଇନ୍ ମାଧ୍ୟମରେ ଏହି ମହା ପ୍ରସାଦଙ୍କୁ ସ୍ୱଳ୍ପ ଖର୍ଚ୍ଚ କରି ଅଧିକ ଦରରେ ବିକ୍ରୟ କରୁଥିବା ଆମେମାନେ ଜାଣିବାକୁ ପାଇ ଅଛୁ । ଆମାଜନ୍ କମ୍ପାନୀ, ଆମ ଅନୁଷ୍ଠାନର କୌଣସି ନିର୍ଦ୍ଦେଶ ନପାଇ ଏପରି ମନମୁଖି କାର୍ଯ୍ୟ କରିବା ଦ୍ଵାରା ମହାପ୍ରସାଦର ମାନ୍ୟତା କ୍ଷୁର୍ଣ୍ଣ ହେବା ସହିତ ଆମ ସୁଆର ମହାସୁଆରି ସଭ୍ୟମାନଙ୍କର ମାନ ସମ୍ମାନ ଉପରେ ଆଘାତ ଘଟି ଅଛି। ଆମାଜନ୍ କମ୍ପାନୀ ଯେଉଁ ନିର୍ମାଲ୍ୟ କୁ ମହାପ୍ରସାଦ କହି ଅନ୍ଲାଇନ୍ରେ ବିକ୍ରିର ପ୍ରଚାର ପ୍ରସାର କରୁ ଅଛନ୍ତି, ଏହା ମହାପ୍ରଭୁଙ୍କର ପ୍ରକୃତ ମହାପ୍ରସାଦ ବି ନୁହେଁ ? ଏବଂ ଏହାକୁ କେଉଁ ସେବାୟତ ଯୋଗାଉ ଅଛନ୍ତି ,ତାହାର ସ୍ପଷ୍ଟୀକରଣ ପ୍ରଶାସନ ମାଧ୍ୟମରେ କରାଯାଉ । ଆମାଜନ୍ କମ୍ପାନୀ ଆୟ ଅନୁଷ୍ଠାନର ବିନା ଅନୁମତିରେ ମହାପ୍ରସାଦର ଅପବ୍ୟବହାର କରିଥିବାରୁ ପୋଲିସ୍ ପ୍ରଶାସନ ମାଧ୍ୟମରେ ତାଙ୍କ କମ୍ପାନୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସୁଆର ମହାସୁଆର ସଭ୍ୟମାନେ ସିଂହଦ୍ୱାର ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO