
ମାଲକାନଗିରି-ସାମାନ୍ୟ ପ୍ରତିବନ୍ଧକ ଆସିଲେ ମଣିଷ ଭାଙ୍ଗି ପଡ଼େ। କିନ୍ତୁ ଏମିତି ଜଣେ ଯୁବକ ବିଷୟରେକହିବୁ ଯିଏ ଭିନ୍ନକ୍ଷମ ହୋଇ ମଧ୍ୟ ସବୁଥିରେ ସକ୍ଷମ। ଜୀବନ ଯୁଦ୍ଧ ରେ ସେ କେବେ ହାରି ନାହାଁନ୍ତି। ଆଖିରେ ଅଂଶୁମାରି ସ୍ୱପ୍ନ ହେଲେ ବିଧାତା ଖେଳୁଛି ଖେଳ l ନିଜେଦିବ୍ୟାଙ୍ଗ ହୋଇ ବରଂ ପରିବାରକୁ ଭରଣ ପୋଷଣ କରୁଛନ୍ତି l ସରକାର ଙ୍କ ସହାୟତା କୁ ଚାତକ ପରି ଚାଇଁ ବସିଛନ୍ତି l ହାତ ନାହିଁ ହେଲେ ଜଗତର ନାଥ ଜଗନ୍ନାଥ ସାରା ବିଶ୍ୱକୁ ଚଳାଉଛନ୍ତି ଦୁଃଖୀ ରକି ଙ୍କ ଗୁହାରି ଶୁଣୁଛନ୍ତି ସେହି ଜଗନ୍ନାଥ ଙ୍କ ପରି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ଗ୍ରାମର ପଦିଆ ପ ଡ଼ିଆମୀ l ଡାହାଣ ଗୋଡ଼ ଦିବ୍ୟlଙ୍ଗ ହୋଇ ବି ପରିବାର ର ବୋଝ ବହୁଛନ୍ତି ଭଗବାନ ଡାହାଣ ଗୋଡ ଦିବ୍ୟlଙ୍ଗ କଲେ ସିନା କିନ୍ତୁ ଶାରୀରିକ ଅକ୍ଷମତା ଆଗରେ ହାର ମାନିନାହାନ୍ତି ପଦିଆ l ନିଜ କାନ୍ଦରେ ବହୁଛନ୍ତି ପରିବାରର ବୋଝ ଦିବ୍ୟାଙ୍ଗ ହୋଇ ବି ସେ ସକ୍ଷମ ରାତି ପାହିଲେ ନୂଆ ସ୍ୱପ୍ନ ନେଇ ଆଗେଇ ଚାଲିଛ ନ୍ତି l ଏକ ଛୋଟ ଦୋକାନ କରି ପରିବାରକୁ ଭରଣ ପୋଷଣ କରୁଛନ୍ତି l ସବୁଠାରୁ ଦୁଃଖ ବିଷୟ ହେଲା ସେ ଜନ୍ମରୁ ବିକଳାଙ୍ଗ ହେଲେ ଜନ୍ମର ଦୁଇ ବର୍ଷ ପରେ ବାପା ସିଙ୍ଗା ପ ଡ଼ିଆମୀ ଆର ପାରିକୁ ଚାଲିଗଲେ l ଡାହାଣ ଗୋଡ଼ ଦିବ୍ୟାଙ୍ଗ ହୋଇଗଲା ହେଲେ ଶାରୀରିକ ଅକ୍ଷମତା ତାଙ୍କ ମନବଳକୁ କେବେବି ଭାଙ୍ଗି ପାରିନି l ହାରିନଯାଇ ପରିବାରର ବୋଝ ଉଠାଇବା ପାଇଁ ଏକ ଛୋଟ ଦୋକାନ କରି ବୁଢ଼ୀ ମା ଏବଂ ସାନ ଭାଇଙ୍କୁ ପେଟରେ ଖଣ୍ଡେ ଦାନା ଦେଉଛନ୍ତି l ପର ଆଗରେ ହାତ ପତି ବଞ୍ଚିବା ଅପେକ୍ଷା ନିଜ ଗୋଡ଼ ରେ ଛିଡାହୋଇ ଜୀବନ ବିତାଉଛନ୍ତି l ସରକାର ସହାୟତା ମିଳିଲେ ଆଗକୁ ବଢି ପାରନ୍ତି ବୋଲି କହିଛନ୍ତି ପଦିଆ l ବାପା ଆରପାରିକୁ ଚାଲିଗଲା ପରେ ସବୁ ମା କାମେ ପ ଡ଼ିଆମୀ ଦେଖାଶୁଣା କରୁଥିଲେ l ହେଲେ ଆଜିକୁ ପ୍ରାୟ ପାଞ୍ଚ ବର୍ଷ ହେବ ମା ଟିବି ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛି l ସେପଟେ ଭାଇ ମଧ୍ୟ ଦୁଇଟି ହାତର ଆଙ୍ଗୁଠି ଦିବ୍ୟlଙ୍ଗ ହୋଇଯାଇଛି l ଯେଉଁ ବୟସରେ ପୁଅ ର ସେବା ମା କୁ କରିବାର ସୁଯୋଗ ଥାଏ ସେହି ବୟସରେ ପୁଅ କୁ କରିବାକୁ ପଡୁଛି ସେବା l ତାର ଦିବ୍ୟlଙ୍ଗ ଡାହାଣ ଗୋଡ଼ ରେ ଗୁରୁଣ୍ଡି ଗୁରୁଣ୍ଡି ମା କୁ ଚଲେଇ ନେଉ ଛି l ଏ ପରିକି ଭାତ ଖୁଆଇଦେବା ଠାରୁ ଆରମ୍ଭ କରି ମା ର ସବୁ କାମ କରିବାକୁ ପଡୁଛି l ପ୍ରତି ମାସ ରେ ପଞ୍ଚାୟତର ପିଡିଏସ ଚାଉଳ ମଧ୍ୟ ନିଜେ ଆଣିବାକୁ ଯାଇଥାନ୍ତି l ଦିନେ କି ଦୁଇ ଦିନ ନୁହେଁ ଯନ୍ତ୍ରଣାରେ ବିତିଲାଣି ୧୯ ବର୍ଷ l ସରକାରୀ ସହାୟତା କହିଲେ ୧ ୫ କେ.ଜି. ଚାଉଳ, ଇନ୍ଦ୍ରାଆବାସ ଘର,ଦିବ୍ୟlଙ୍ଗ ଭତ୍ତା ୫ 00 ଟଙ୍କା ମିଳୁଛି l ଏହି ସମ୍ପର୍କରେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଜାଣିବାପରେ ଯଥାଶୀଘ୍ର ପଦିଆ କୁ ସରକାରୀ ସହାୟତା ଏବଂ ବ୍ୟାଙ୍କ ଲୋନ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO