
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ସାପ୍ତାହିକ ହାଟରେ କେତେକ ଜୁଆଡି ପୋଲିସ ସହ ସଲାସୁତୁରା ହୋଇ ବେଆଇନ୍ ଭାବେ ଜୁଆଖେଳ କରିଥାନ୍ତି । ତେବେ ଏହି ଘଟଣାର ପ୍ରମାଣ ଏବେ ସମଗ୍ର କେନ୍ଦୁଝର ଜିଲ୍ଲାର ବିଭିନ୍ନ ଲୋକଙ୍କ ମୋବାଇଲ ଠାରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ନମୋସେନା ପକ୍ଷରୁ ଏହି ଅଡିଓ ଓ ଖେଳ ଚାଲୁଥିବା ସମୟର ଭିଡିଓ ସହ ଏସପିଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହି ଅଡିଓରେ ଭଗାମୁଣ୍ଡା ଠାରେ ଜୁଆଖେଳ କରିବା ପାଇଁ ଖୋଦ୍ ଜଣେ ଜୁଆଡି ଫୋନ୍ ଯୋଗେ ପୋଲିସ କନେଷ୍ଟବଳ ସହ ସଲାସୁତୁରା ହେଉଥିବା ଦୃଶ୍ୟ ପଦାକୁ ଆସିଥିଲା । ଘଟଣା ସମ୍ପର୍କରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ ସହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ କରି କନେଷ୍ଟବଳ ନିରଞ୍ଜନ ଓଝାଙ୍କୁ ନିଳମ୍ବିତ କରିଛନ୍ତି । ଏଥିସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକରୁ ଅଧିକ ତଦନ୍ତ ଜାରି ରହିଥିବା କ୍ରାଇମ୍ ଡିଏସପି ସୁରେଶ ଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ପ୍ରଶ୍ନ ଯେ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ଖସେଇ ଦିଆଯିବ ତାହା ଦେଖିବାକୁ ବାକି ରହିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO