-
ହସପିଟାଲର ଭିତ୍ତିଭୂମି ବିକାଶ ନିମନ୍ତେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିବାକୁ ବିଧାୟକ ଦେଲେ ନିର୍ଦ୍ଦେଶ
ବିଧାୟକ ଶ୍ରୀଦାସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତତ୍ପର ହେବାକୁ ପରାମର୍ଶ ଦେଇଥିଲେ। ଜନସାଧାରଣଙ୍କୁ ଉତ୍କୃଷ୍ଟ ଚିକିତ୍ସା ପ୍ରଦାନ ସହ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ବିଭିନ୍ନ ସୁବିଧାସୁଯୋଗ ଓ ଯୋଜନାକୁ କିପରି ଲୋକଙ୍କ ପାଖରେ ସହଜରେ ପହଞ୍ଚାଇ ହେବ, ସେ ଦିଗରେ ପଦକ୍ଷେପ ନେବାକୁ ସେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାଲେଶ୍ଵର ହସ୍ପିଟାଲର ଭିତ୍ତିଭୂମି ବିକାଶ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତ ସମୟରେ ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତ, ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ବ୍ରଜ କିଶୋର ପ୍ରଧାନ, କୁଶଲ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।