
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଗାଈଗୋରୁଙ୍କୁ ଉନ୍ନତ ସେବା ଯୋଗାଇ ଦେବାର ଲକ୍ଷ୍ୟରଖି ସହରରେ ଗାଈଗୋରୁଙ୍କ ଏଣେତେଣେ ବୁଲାବୁଲିକୁ ନିୟନ୍ତ୍ରଣ କରିବାକୁ ପୁରୀ ପୌରସଂସ୍ଥା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତୀୟ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣ ପରିସରରେ ଅନୁଷ୍ଠିତ ହୋଇଛି । ଗାଈଗୋରୁ ଯେପରି ବାହାରେ ବୁଲାବୁଲି ନକରନ୍ତି ଏଥିପ୍ରତି ସଂପୃକ୍ତ ଗୋପାଳକ ନଜର ରଖିବେ । ଏଥିପାଇଁ ପ୍ରତି ୨୦ ଜଣ ଗୋପାଳକ ନିମନ୍ତେ ଜଣେ ଗୋବଂଶ ସାଥୀ ନିଯୁକ୍ତ କରାଯାଇ ସଂପୃକ୍ତ ଗୋରୁଙ୍କ ବିଷୟରେ ତଥ୍ୟ ରଖାଯିବ । ଆସନ୍ତା ଜାନୁୟାରୀ ପହିଲାରୁ ଗାଈଗୋରୁଙ୍କୁ ବାହାରକୁ ଛାଡୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସହରରେ ୨୭୪ ଜଣ ଗୋପାଳକଙ୍କ ୨୩୩୪ ଗାଈଗୋରୁ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ପ୍ରସନ୍ନ କୁମାର ପୃଷ୍ଟି, ନୋଡାଲ ଅଧିକାରୀ ଡଃ ଆଲୋକ ରଞ୍ଜନ ମିଶ୍ର, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଫିଡବ୍ୟାକ ଫାଉଣ୍ଡେସନର ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO