ଗଞ୍ଜାମ– କୋଭିଡ଼୍ ପାଇଁ ଦୀପାବଳୀରେ କୌଣସି ସ୍ଥାନରେ ବାଣ ଫୁଟି ନଥିଲା କିନ୍ତୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହି ଗିରଫ ପରେ ବ୍ରହ୍ମପୁର ସମେତ ପ୍ରଦୀପଙ୍କ ନିଜ ନିର୍ବାଚନମଣ୍ଡଳିରେ ପ୍ରଦୀପ ବିରୋଧୀ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି । ଗୋପାଳପୁର ନିର୍ବାଚନମଣ୍ଡଳି ଅନ୍ତର୍ଗତ ବ୍ରହ୍ମପୁର ଲାଞ୍ଜିପଲ୍ଲୀ, ଆଙ୍କୁଲି, ଇଞ୍ଜିନିୟରିଙ୍ଗ ସ୍କୁଲ ଛକରେ ବାଣ ଫୁଟାଇଛନ୍ତି ବିଧାୟକଙ୍କ ବିରୋଧୀ । ଗୋଷାଣି ନୂଆଗାଁ ଅଂଚଳରେ ମଧ୍ୟ ବାଣ ଫୁଟାଯାଇଥିଲା । ଜଣେ ବିଧାୟକଙ୍କ ଗିରଫଦାରୀ ପରେ ଏଭଳି ବାଣ ଫୁଟିବା ହୁଏତ କେବେ ଘଟିନଥିଲା । କିନ୍ତୁ, ପ୍ରଦୀପଙ୍କ ପ୍ରତି ବ୍ୟାପକ ଜନଅସନ୍ତୋଷର ଏହା ପ୍ରତିଫଳ ବୋଲି କୁହାଯାଉଛି । ପ୍ରଦୀପଙ୍କ ଗିରଫଦାରୀକୁ ଅନେକ ମହଲରେ ସଠିକ୍ ପଦକ୍ଷେପ ବୋଲି କୁହାଯିବା ସାଙ୍ଗକୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଜିଲ୍ଲାବାସୀ ।
ସେପଟେ ପ୍ରଦୀପଙ୍କ ବ୍ରହ୍ମପୁର ସ୍ଥିତ ବାସଭବନ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ନେତା ଓ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।