
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ଶ୍ରୀକାନ୍ତ ମହାନ୍ତିଙ୍କ ସଂପାଦିତ ଦିବ୍ୟ ଅନୁଭୂତି ଓ ଅନୁଭବର କଥା ସଂକଳନ ‘ଅମୃତ ଅନୁଭବ’ର ତ୍ରୟୋଦଶ ସଂଖ୍ୟା, ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ସଂପାଦିତ ଆଧାୟିକ ପତ୍ରିକା “ନୀଳାଦ୍ରି’ର କାର୍ତ୍ତିକ ସଂଖ୍ୟା ଏବଂ ଡ. ଭାସ୍କର ମିଶ୍ରଙ୍କ ସଂପାଦିତ ‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଇତିହାସ’ ପୁସ୍ତକ ପବିତ୍ର ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଲୋକାର୍ପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଶ୍ରୀନିବାସ ଆଚାର୍ଯ୍ୟ, ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ଉପ-ସଭାପତି ରାଜକିଶୋର ମିଶ୍ର, ଶ୍ରୀମନ୍ଦିର ସହ-ପ୍ରଶାସକ ସନ୍ତୋଷ କୁମାର ଶତପଥୀ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ‘ଅମୃତ ଅନୁଭବ’ର ସଂପାଦକ ଶ୍ରୀକାନ୍ତ ମହାନ୍ତି , ଦଇତାପତି ନିଯୋଗ ସଂପାଦକ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ‘ଶିଶୁ ସମାଚାର’ ସଂପାଦକ ସୁକାନ୍ତ ପଣ୍ଡା, କୁମାର ଉତ୍ସବ ସମିତି ସଂପାଦକ ସ୍ୱାଧୀନ କୁମାର ପଣ୍ଡା, ସାମାଜିକ କର୍ମୀ ଗୋବିନ୍ଦ ଦାସ ଘୋଷ, ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆ, ଶଙ୍କରାଚାର୍ଯ୍ୟ ମୁଖପାତ୍ର ମନୋଜ ରଥ, ପ୍ରଶନ୍ନ ମିଶ୍ର, ପ୍ରଶନ୍ନ ଗୁରୁ, ଜମ୍ବେଶ୍ୱର ପୂଜାପଣ୍ଡା, ଗୋବିନ୍ଦ ଦାସ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।‘ଅମୃତ ଅନୁଭବ’ର ଚଳିତ ସଂଖ୍ୟାରେ ପ୍ରାୟ ୯୫ ଜଣ ଶ୍ରଦ୍ଧାଳୁଙ୍କ ଦିବ୍ୟ ଅନୁଭୂତିର ଅନ୍ତରଙ୍ଗଆଲେଖ୍ୟ ସ୍ଥାନିତ ହୋଇଛି । ୩୧୨ ପୃଷ୍ଠା ସମ୍ବଳିତ ଏହି ପୁସ୍ତକର ପ୍ରତି ଖଣ୍ଡର ମୂଲ୍ୟ ମାତ୍ର ୧୫୦ ଟଙ୍କା ରଖାଯାଇଛି । ଏଥିପୂର୍ବରୁ ୩ଟି ଯାକ ସଂକଳନ ଶ୍ରୀମନ୍ଦିର ରତ୍ନ ସିଂହାସନରୂଢ଼ ଦାରୁବ୍ରହ୍ମଙ୍କୁ ନାଗାର୍ଜୁନ ବେଶରେ ଲାଗି କରାଯାଇଥିଲା । ଏ ସବୁ ସଂକଳନ ଶ୍ରୀମନ୍ଦିରର ସମସ୍ତ ସୂଚନା କେନ୍ଦ୍ର ଏବଂ ପ୍ରମୁଖ ପୁସ୍ତକ, ପତ୍ରପତ୍ରିକା ବିକ୍ରେତାଙ୍କ ନିକଟରେ ଉପଲବ୍ଧ ହେବ ବୋଲି ‘ଅମୃତ ଅନୁଭବ’ର ସମ୍ପାଦକ ଶ୍ରୀକାନ୍ତ ମହାନ୍ତି କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO