ଭୁବନେଶ୍ୱର – କଂଗ୍ରେସ ଦଳର ଅନ୍ୟତମ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ବିଧାନସଭା ସମ୍ମୁଖରେ ତିନୋଟି ଆତ୍ମାହୁତି ପ୍ରୟାସ ଘଟଣା ଘଟିଥିବା କହିଥିଲେ । ନୀରିହ ଲୋକ ମାନଙ୍କ ନାମରେ ଋଣ ଉଠା ଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି କିପରି ଅଛି ତାହା ସ୍ପଷ୍ଟ ହେଉଥିବା ସେ କହିଛନ୍ତି ।
ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସରଙ୍କ ଠାରୁ ବିପୁଳ ଅର୍ଥ ମିଳୁଛି । ସରକାରଙ୍କ ପାଖରେ ଅର୍ଥ ନାହିଁ ତେଣୁ ଋଣ କରୁଛନ୍ତି ଅନ୍ୟ ପକ୍ଷରେ ସରକାରୀ ଅଧିକାରୀଙ୍କ ଘରୁ କୋଟି କୋଟି ଟଙ୍କା ବାହାରୁଛି । କାମ୍ପା ଅର୍ଥ ହରିଲୂଟ କରା ଯାଇଛି । ଉଚ୍ଚ ଅଧିକାରୀ ମାନଙ୍କ ନିକଟରେ ହଜାର ହଜାର କୋଟି ଟଙ୍କା ରହିଛି । ଏହି ଟଙ୍କା ରାଜକୋଷକୁ କିପରି ଆସିବ ତାର ବ୍ୟବସ୍ଥା ହେବା ଉଚିତ ।