
ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଚଢାଉ କରିବାକୁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଚଢ଼ାଉ କରିବାକୁ ଯାଇଥିବା ବେଳେ ଅବକାରୀ କର୍ମଚାରୀଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ରଥ ସାହିରେ ଏଭଳି ଘଟଣା ଘଟିଛି । ବେଆଇନ୍ ମଦ କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡ଼ିକୁ ଟେକାପଥର ମାଡ଼ କରିଥିଲେ । ଗାଡ଼ି ଭଙ୍ଗାରୁଜା କରିବା ସହ ପଥର ମାଡ଼ରେ ଡ୍ରାଇଭର ଗୁରୁତର ହୋଇଛନ୍ତି ।
ଏନେଇ ଅବକାରୀ ଇନସପେକ୍ଟର ସୂଚନା ଦେଇଛନ୍ତି । ଚଢ଼ାଉ ବେଳେ ବ୍ୟାପକ ମଦ ଓ ପୋଚ ଜବତ କରାଯାଇଛି । ଏହା ସହ ସେହି ଗାଁର ତିନି ଜଣ ଯୁବକଙ୍କୁ ଅଟକ ରଖାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO