ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଚଢାଉ କରିବାକୁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଚଢ଼ାଉ କରିବାକୁ ଯାଇଥିବା ବେଳେ ଅବକାରୀ କର୍ମଚାରୀଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ରଥ ସାହିରେ ଏଭଳି ଘଟଣା ଘଟିଛି । ବେଆଇନ୍ ମଦ କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡ଼ିକୁ ଟେକାପଥର ମାଡ଼ କରିଥିଲେ । ଗାଡ଼ି ଭଙ୍ଗାରୁଜା କରିବା ସହ ପଥର ମାଡ଼ରେ ଡ୍ରାଇଭର ଗୁରୁତର ହୋଇଛନ୍ତି ।
ଏନେଇ ଅବକାରୀ ଇନସପେକ୍ଟର ସୂଚନା ଦେଇଛନ୍ତି । ଚଢ଼ାଉ ବେଳେ ବ୍ୟାପକ ମଦ ଓ ପୋଚ ଜବତ କରାଯାଇଛି । ଏହା ସହ ସେହି ଗାଁର ତିନି ଜଣ ଯୁବକଙ୍କୁ ଅଟକ ରଖାଯାଇଛି ।