ଜୟପୁର- ଭାରତ କରକାରଙ୍କ କୌଶଳ ବିକାଶ ଯୁବ ଓ କ୍ରିଡ଼ା ମନ୍ତ୍ରାଳୟର ଆନୁକୂଲ୍ୟରେ ଏବଂ ଓଡିଶା ସରକାରଙ୍କ ଅଧିନସ୍ଥ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜୟପୁର ସରକାରି ମହିଳା ମହବିଦ୍ୟାଳୟରେ ରାଷ୍ଟ୍ରିୟ ସେବା ଯୋଜନା (ଏନଏସଏସ) ତରଫରୁ ଗତ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ସପ୍ତଦିବସିୟ ସ୍ୱତନ୍ତ୍ର ଶିବିର ୪ ତାରିଖରେ ଉଦଯାପିତ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ନିର୍ମାଣ ନେଇ ଶିବିରାର୍ଥୀ ମାନଙ୍କୁ ସଚେତନ କରାଯାଇଥିଲା । ଜୟପୁର ବ୍ଲକ ଅନ୍ତର୍ଗତ ଏକମ୍ବା ପଂଚାୟତର ଗାଗନାପୁର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇ ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଓ ୟୁନିଟ ୧ର ଯୋଜନା ଅଧିକାରି ସିଦ୍ଧାନନ୍ଦ ପ୍ରଧାନଙ୍କ ତତ୍ୱାବଧାନରେ ୨୫ ଜଣ ସ୍ୱେଚ୍ଛାସେବୀ ଉକ୍ତ ପଂଚାୟତର ମାଟିଗୁଡା ଗ୍ରାମରେ ସଫେଇ ଆଦି କାର୍ଯ୍ୟକ୍ରମ କରିଥିଲେ । ୭ ଦିନିଆ ଶିବିରର ଏହି କାର୍ଯ୍ୟକ୍ରମକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଥିଲା । ଗ୍ରାମ ବିକାଶ ଓ ସ୍ୱେଚ୍ଛାସେବି ମାନଙ୍କ ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମ । ୭ ଦିନ ଧରି ସ୍ୱେଚ୍ଛାସେବି ମାନେ ଗ୍ରାମର ସ୍ୱଚ୍ଛତା, ବିଶୁଦ୍ଧ ଜଳର ବ୍ୟବହାର ଯଷ୍ମା ଭଳି ରୋଗରୁ ଦୂରେଇ ରହିବାର ଉପାୟ, କୁପୋଷଣର ନିରାକରଣ ଓ କାରଣ, ବାଲ୍ୟ ବିବାହର କୁପରଣତି, ଶିକ୍ଷାର ଉପଦେୟତା, ପ୍ଲାଷ୍ଟିକ ବର୍ଜ୍ଜନ, ନାରି ସଶକ୍ତିକରଣ ଆଦି ବହୁବିଧ ସସମ୍ୟା ଓ ତା’ର ସମାଧାନ ସମ୍ବନ୍ଧରେ ଘର ଘର ବୁଲି ବ୍ୟକ୍ତିଗତ ଭାବେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ବିଧିବଦ୍ଧ ସାକ୍ଷାତକାର ମାଧ୍ୟମରେ ଗାଗନାପୁର ଗ୍ରାମର ୯୪ଟି ପରିବାରର ସମାଜିକ, ଅର୍ଥିକ, ସ୍ୱାସ୍ଥ୍ୟଗତ ଓ ଅନ୍ୟାନ୍ୟ ସମମ୍ୟା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିଥିଲେ ।
ଶିବିରରେ ବ୍ୟକ୍ତି ଭାବେ ପରଳାଖେଣ୍ଡି ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ରାମ ହରି କାର୍ଜି, ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ଅଧ୍ୟାପକି ସଂଯୁକ୍ତା ପଣ୍ଡା, ସାମାଜିକ କର୍ମି କ୍ଷିରୋଦ ଚନ୍ଦ୍ର ପାତ୍ର, ଅଧ୍ୟାପକ ବିକାଶ ଚନ୍ଦ୍ର ବେହେରା, ପରିବେଶ ପ୍ରେମି ଓ ବରିଷ୍ଠ ଶିକ୍ଷକ ପ୍ରଦିପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
Related Stories
November 5, 2024