ବାରିପଦା- ବାରିପଦା ପୌରପରିଷଦର ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ତଥା ଗାନ୍ଧୀ ମାର୍କେଟସ୍ଥିତ ଚାପଲ ପୋଖରୀ ହୁଡ଼ାରେ ୧୯୯୨ରୁ ମହାବୀର ହନୁମାନଙ୍କ ପୂଜାର୍ଚ୍ଚନା ଚଳିତ ବର୍ଷ ୨୭ ବର୍ଷରେ ପହଁଚିଛି । ୧୯୯୪ରୁ ମହାବୀରଙ୍କ ପଂଚମୁଖୀ ପ୍ରତିମୂର୍ତି ପୂଜା ଆରମ୍ଭ ହୋଇ ୨୫ ବର୍ଷରେ ପଦାର୍ପଣ କରିଥିବାର ଜଣାପଡ଼ିଛି ।
ପ୍ରଥମେ ୪୦ ଜଣ ସଦସ୍ୟଙ୍କୁ ନେଇ ଏଠାରେ ଏକ କମିଟି ଗଠନ କରାଯାଇ ଦୁର୍ଗାପୂଜାର ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ୪ ଦିନ ଧରି ୧୦ ହଜାର ବ୍ୟୟ ଅଟକଳରେ ପୂଜାର୍ଚ୍ଚନା କରାଯାଉଥିଲା । ପରବର୍ତି ସମୟରେ କମିଟିର ସଦସ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦୧୯ରେ ୨ ଶହ ଅତିକ୍ରମ କରିସାରିଛି ଏବଂ ମହଙ୍ଗା ବଜାରକୁ ଦେଖି ପୂଜାର ବ୍ୟୟ ଅଟକଳ ମଧ୍ୟ ବୃଦ୍ଧିପାଇ ୬ ଲକ୍ଷରେ ପହଁଚିଛି । ଏହି ସମୟ ମଧ୍ୟରେ କମିଟି ସଦସ୍ୟ ତଥା ହନୁମାନଙ୍କ ଭକ୍ତ ବିବେକାନନ୍ଦ ମଲ୍ଲିକ ସ୍ୱୟଂ ମହାବୀର ହନୁମାନ ଉକ୍ତ ପୀଠରେ ଅବସ୍ଥାନ କରୁଥିବାର ଅନୁଭବ କରୁଥିଲେ ଏବଂ ଏହା କମିଟିର ଅନ୍ୟ ସମସ୍ତ ସଦସ୍ୟମାନଙ୍କ ନିକଟରେ ଉପସ୍ଥାପନ ମଧ୍ୟ କରିଥିଲେ । ଏହାପରେ କମିଟିର ସମ୍ପାଦକ ଖଗେଶ୍ୱର ବଳିଆରସିଂଙ୍କୁ ମହାବୀର ସ୍ୱପ୍ନରେ ଦର୍ଶନ ଦେଇ ଉକ୍ତ ପୀଠରେ ପଂଚମୁଖୀ ହନୁମାନଙ୍କ ବଦଳରେ ୯ ଫୁଟ ଉଚ୍ଚର କଳା ମୁଗୁନି ପଥରରେ ମହାବୀର ହନୁମାନଙ୍କ ଏକମୁଖୀ ପ୍ରତିମୂର୍ତି ସ୍ଥାପନ କରାଇବା ନିମନ୍ତେ ପ୍ରଭୂ ସ୍ୱପ୍ନାଦେଶ ହୋଇଥିଲେ । କିନ୍ତୁ ୯ ଫୁଟ ଉଚ୍ଚର ମୁଗୁନି ପଥର ମିଳିବା କଷ୍ଟକର ଥିବା ସମୟରେ ସଂଯୋଗବଶତଃ ଠିକ୍ ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା ଖିଚିଂରେ ଏକ ପଥର କାରିଗର ୯ ଫୁଟ ଉଚ୍ଚର ମୁଗୁନି ପଥର ପାଇଥିବାର ଖବର ଆସି ପହଁଚିଥିଲା ଏବଂ ଉକ୍ତ ପଥରରେ ମହାବୀର ହନୁମାନଙ୍କ ପ୍ରତିମୂର୍ତି ନିର୍ମାଣ କରାଯାଇ ୨୦୧୭ରେ ସ୍ଥାପନ କରାଯାଇ ପୂଜା ପାଇ ଆସୁଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ଭକ୍ତି ରସରେ ଯିଏ ମହାବୀରଙ୍କୁ ଆହ୍ୱାନ ପୂର୍ବକ ନିଜର ଦୁଃଖ ବେଦନା ଜଣାଇଛି, ତାର ମନସ୍କାମନା ଅବଶ୍ୟ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Related Stories
November 3, 2024