-
ଗୋଷ୍ଠାଷ୍ଟମୀ ଅବସରରେ ରବିବାର ଦିନ ପୂଜା ହେବେ ଗୋମାତା

କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବ୍ରହ୍ମଗିରି ବ୍ଲକ ଆଳିପଡ଼ା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ ରେ ଆସିଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୁରୀ ସହରରେ ବିଚରଣ କରୁଥିବା ଅସହାୟ ୨୦୦ ଗୋମାତା ଙ୍କ ଥଇଥାନ ନିମନ୍ତେ ଗୋଶାଳା ପ୍ରତିଷ୍ଠାତାଙ୍କୁ ପ୍ରସ୍ତାବ ଦେଇଥିଲେ |ପ୍ରସ୍ତାବ ଅନୁସାରେ ପ୍ରଶାସନ ତରଫରୁ ଆଜି ନଗର ପାଳିକା କର୍ମଚାରୀ ଙ୍କ ସହାୟତାରେ ପ୍ରଥମ ପର୍ଯ୍ୟାୟରେ ୧୧ ଗୋମାତାଙ୍କୁ ନେଇ ଅଳିପଡ଼ା ସ୍ଥିତ ଗୋଶାଳା ରେ ପହଞ୍ଚି ଗୋଶାଳା ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜ ଙ୍କୁ ହସ୍ତାନ୍ତର କରିଛନ୍ତି |ମହାରାଜ ଗୋମାତା ମାନଙ୍କୁ ସ୍ୱାଗତ ପୂର୍ବକ ଗ୍ରହଣ କରି ନିଜର ସୌଭାଗ୍ୟ ବୋଲି ନିଜର ମତ ବ୍ୟକ୍ତ କରିଛନ୍ତି |ଗୋଷ୍ଠାଷ୍ଟମୀ ପୂର୍ବରୁ ଜିଲ୍ଲାପାଳ ଙ୍କ ଏଭଳି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି |ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ତରଫରୁ ପର୍ଯ୍ୟାୟ କ୍ରମେ ଆହୁରି ୧୮୯ଟି ଗୋମାତାଙ୍କୁ ଗୋଶାଳାରେ ଥଇଥାନ କରାଯିବ|ଗୋଶାଳାରେ ପୂର୍ବରୁଥିବା ଗୋମାତାଙ୍କ ସହିତ ନୂତନ ୧୧ ଗୋମାତାଙ୍କୁ ମିଶାଇ ଆସନ୍ତା କାଲି ରବିବାର ଦିନ ଗୋଷ୍ଠାଷ୍ଟମୀ ଅବସରରେ ଗୋମାତା ପୂଜନ ଗୋଶାଳା ପରିସରରେ କରାଯିବା ପାଇଁ
ସ୍ଥିର କରାଯାଇଛି |କରୋନା କଟକଣା ନିୟମକୁ ପାଳନ ପୂର୍ବକ ନୀଡାମ୍ବର ସହକାରେ ପାଳନ କରାଯିବ ବୋଲି ଗୋଶାଳା ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜ କହିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO