-
ପୋଲିସ ମହାନିର୍ଦେଶକ ଙ୍କ ଉଦେଶ୍ଯରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀର ଦାବିପତ୍ର

କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ପୁରୀ ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ବର ସିଂହ ଙ୍କ ବଦଳି ରୋକିବା ପାଇଁ ଆଇନଜୀବୀ ରାମଚନ୍ଦ୍ର ସାହୁ ଓ ଯୁବ ନେତା ତଥା ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଆବାହକ ସ୍ବାଧୀନ କୁମାର ପଣ୍ଡା ରାଜ୍ୟ ପୋଲିସ ମୁଖ୍ୟ୍ୟାଳୟ ଠାରେ ପୋଲିସ ମହାନିର୍ଦେଶକ ଶ୍ରୀ ଅଭୟ ଙ୍କ ଉଦେଶ୍ଯରେ ଲଳିତ ଦାସ, ଅତିରିକ୍ତ ପୋଲିସ ମହାନିର୍ଦେଶକ, କଟକ ଙ୍କୁ ଭେଟି ପୁରୀ ସହରରେ ଅପରାଧୀ ନିୟଁନ୍ତ୍ରଣ ତଥା ଭାଙ୍ଗ, ଗଞ୍ଜେଇ, କୋରେକ୍ସ ଓ ଧଳା ଜହର ରୋକିବାରେ ଆରକ୍ଷୀ ଅଧିକ୍ଷକ ସିଂହ ସଫଳ ହୋଇଥିଲେ ଓ ତାଙ୍କର ଯେଉଁ ବୟାନ ଥିଲା “ପୁରୀ ଛାଡ ନଚେତ୍ ଅପରାଧ ଛାଡ” ସଂପୂର୍ଣ୍ଣ ପ୍ରତିପାଦିତ କରି ଦେଖାଇଥିଲେ । ଦୁର୍ଭାଗ୍ୟ ବଶତଃ ବାସେଳି ସାହି ଥାନାରେ ଯେପରି ହାଜତ ମୃତ୍ୟୁ ହୋଇଛି ତାହାର ନ୍ୟାୟିକ ତଦନ୍ତ, ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଦରକାର ବୋଲି ଦର୍ଶାଇ ଥିଲେ ଓ ଯେ ପ୍ରକୃତ ଦୋଷୀ ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଶ୍ରୀ ସିଂହ ଙ୍କୁ ପୁରୀରେ ରଖିବା ଦ୍ୱାରା ଅପରାଧ ମୁକ୍ତ ପୁରୀ ହୋଇପାରିବ ।
ପ୍ରକାଶ ଥାଉକି ଉତ୍ତରପ୍ରଦେଶ ବିଜେପି ସରକାର ନିଜ ହାତ ହାଥରସ୍ ଗଣ ଦୁଷ୍କର୍ମ ଓ ହତ୍ୟାରେ ରକ୍ତରେ ରଙ୍ଗୀନ କରିଥିବା ବେଳେ ପୁରୀ ସହରରେ ଅପରାଧୀ ଙ୍କ ସପକ୍ଷରେ ରାଲି ବାହାର କରି ପରୋକ୍ଷରେ ଅପରାଧୀଙ୍କୁ ସମର୍ଥନ କରୁଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO