-
କ୍ରମାଗତ 44 ଦିନ ପାଇଁ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30,548 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 43,851। ଏହାଦ୍ୱାରା ସକ୍ରିୟ କରୋନା ମାମଲା 13,303 ହ୍ରାସ ପାଇ 4,65,478 ରହିଛି ।
ୟୁରୋପର ଅନେକ ଦେଶ ଏବଂ ଆମେରିକାରେ ଦୈନିକ କରୋନାର ନୂଆ ମାମଲା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଭାରତରେ ଗତକାଲି 30,548 ନୂଆ ମାମଲା ଆସିଛି, ଯାହାକି ବହୁତ କମ୍ ।
ଦେଶବ୍ୟାପୀ ଅଧିକରୁ ଅଧିକ ନମୁନା ପରୀକ୍ଷାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାରୁ ଏହା ନୂଆ କରୋନା ମାମଲାକୁ ହ୍ରାସ କରିବାରେ ସହାୟକ ହୋଇପାରିଛି ।
ଗତ 24 ଘଣ୍ଟାରେ ଆସିଥିବା ନୂଆ ପଜିଟିଭ୍ ମାମଲା ମଧ୍ୟରୁ 76.63% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳରେ 4,581 ନୂଆ ମାମଲା ଆସିଛି । ଗତ କିଛିଦିନ ମଧ୍ୟରେ ଦିଲ୍ଲୀରେ ନୂଆ ପଜିଟିଭ୍ ମାମଲା ବୃଦ୍ଧି ପାଇଥିବା ବେଳେ ଗତକାଲି 3,235 ମାମଲା ଆସିଛି । ଏହା ପଛକୁ ପଶ୍ଚିମବଙ୍ଗରେ ଆସିଛି 3,053 ନୂଆ ମାମଲା
ପ୍ରତି ଦଶ ଲକ୍ଷ୍ୟରେ 94 ମୃତ୍ୟୁ ଜାତୀୟ ମୃତ୍ୟୁହାର ଥିବା ବେଳେ 14 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏହା ଅଧିକ ରହିଛି ।
13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ ଅଧିକ ରହିଛି ।
ଡାକ୍ତରଖାନା ଗୁଡ଼ିକର ଆଇସିୟୁରେ ଗୁରୁତର ଆକ୍ରାନ୍ତଙ୍କୁ ଯେପରି ଉତ୍ତମ ଚିକିତ୍ସା ଉପଲବ୍ଧ ହୋଇପାରିବ ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସହ ଉତ୍ତମ ସମନ୍ୱୟ ରକ୍ଷା କରି କାମ କରୁଛନ୍ତି । ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ କିଭଳି ଚିକିତ୍ସା ପ୍ରଣାଳୀ ଅବଲମ୍ବନ ହେବ ଏବଂ ଗୃହ ସଙ୍ଗରୋଧ କିପରି ହେବ ସେ ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କୋଭିଡ ପରିଚାଳନାରେ ସହାୟତା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ଟିମ୍ ଗସ୍ତ ମଧ୍ୟ କରୁଛନ୍ତି ।
କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ସେବାର ସମୀକ୍ଷା ମଧ୍ୟ କରୁଛନ୍ତି ।