ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ କାର୍ତ୍ତିକଚନ୍ଦ୍ର ଦାସ ପୂର୍ବତନ principal ସୁରଜମଲସାହା ମହାବିଦ୍ୟାଳୟ ଉପସ୍ଥିତ ରହି ଦେଶର ଅର୍ଥନୀତି ବିଷୟରେ ଆଲୋକପାତ କରିଥିଲେ।ସ୍ୱଦେଶୀ ଜାଗରଣ ମଞ୍ଚ ର ରାଜ୍ୟ ସଙ୍ଗର୍ଷ ବାହିନୀ ପ୍ରମୁଖ ସଚି ନନ୍ଦନ ଦାଶ କହିଲେ ଯେ ଦେଶର ପ୍ରଗତି ଓ ବିକାଶ ପାଇଁ ସ୍ୱଦେଶୀ ବ୍ୟବହାର ଏକମାତ୍ର ବିକଳ୍ପ local for vocal କୁ ଆପଣେଇ ନିଜର ଅଞ୍ଚଳର ଜିନିଷ ବ୍ୟବହାର କରିବା ଉପରେ ସଭାରେ ମତ ଦେଇଥିଲେ।ଭାରତ ମାତାର ଜୟ ଜୟ କାର କରିବା ସହ ସ୍ୱଦେଶୀ ସ୍ୱାଭିମାନ, ସ୍ୱାବଲମ୍ବନ କୁ ନିଜ ଜୀବନରେ ବ୍ରତ ରୂପେ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ।
ସବିତା ବିଶୋଇ, ବିଶ୍ଵନାଥ ପଣ୍ଡା, ଲଷ୍ମୀପ୍ରିୟା ସାହୁ, ଅଜୟ ଦାସ, ଦେବାନନ୍ଦ ମିଶ୍ର, ଭବାନୀ ମିଶ୍ର,ଜଗନ୍ନାଥ ଷଡ଼ଙ୍ଗୀ ରାଷ୍ଟ୍ର ଋଷି ଦତ୍ତୋପନ୍ତ ଠେଙ୍ଗେଢି ଜୀଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ।ସଭାରେ ପୁର୍ଣ ଚନ୍ଦ୍ର ଦାସ, ସନ୍ତୋଷ ନନ୍ଦ, ପ୍ରଭାତ ନଳିନୀ ସାହୁ,ଅଶୋକ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ | ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ଭୂଇଁୟା ଧନ୍ୟବାଦ ଅର୍ପଣ କରିଥିଲେ ଜୟ ସ୍ୱଦେଶୀ।ସର୍ବଶେଷରେ ଅଜିତ କୁମାର ଦାସ ଆସନ୍ତା ଦୀପାବଳୀ ରେ ମାଟି ଦୀପ ବ୍ୟବହାର କରିବା ପାଇଁ ଭାରତ ମାତା ଙ୍କ ଶ୍ରୀଚରଣରେ କାର୍ଯ୍ୟକର୍ତା ମାନଙ୍କୁ ଶପଥ ପାଠ କରାଇଥିଲେ |
Related Stories
November 23, 2024