
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ଶ୍ରୀକ୍ଷେତ୍ର ଟ୍ରକ ଓନର ଆସୋସିଏସନ ତରଫରୁ ଆଜି ଦିବା ୧୧ ଘଂଟିକା ସମୟରେ ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ବୈଠକ ଗୃହ ଠାରେ ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ତଥା ପୁରୀ, ପିପିଲି, କଣାସ, ଖେଲାର, ନିମାପଡା, ଉତ୍ତରା ଓ କାକଟପୁର ର କର୍ମକର୍ତ୍ତାଙ୍କ ଉପସ୍ଥିତ ବୈଠକ ଅନୁଷ୍ଠିତ ହୋଇଥିଲା |ସ୍ଥାନୀୟ ଟ୍ରକ ମାଲିକ ମାନେ ଲଘୁ ଖଣିଜ ପଦାର୍ଥ, ତଥା -ବାଲି, ମୋରମ, ମାଙ୍କଡା ପଥର, ଚିପ୍ସ, ଵଜୂରୀ, ଡଷ୍ଟ, ମେଣ୍ଟାଲ ଉପରେ ନିର୍ଭରଶୀଳ ଅଟନ୍ତି |ମାତ୍ର ଏହିସବୁ ପଦାର୍ଥ ସରକାରଙ୍କ ଅଧୀନରେ ଆସୁଥିବା ଏବଂ ପର୍ଯ୍ୟାପ୍ତ ପରିମାଣରେ ନିଲାମ ନ ହେଉଥିବା ଫଳରେ ପରିବହନ କ୍ଷେତ୍ରରେ ଅସୁବିଧା ଉତ୍ପର୍ନ୍ନ ହେଉଛି |ପର୍ଯ୍ୟାପ୍ତ ପରିମାଣରେ ଲଘୁ ଖଣିଜ ପଦାର୍ଥର ରୟାଲିଟି ରସିଦ ଯୋଗାଇ ଦିଆଯାଇ ନଥିବାରୁ ପରିବହନ ବେଳେ ମାଲିକମାନେ ଅସୁବିଧା ଭୋଗକରୁଛନ୍ତି ଏପରିକି ସେମାନଙ୍କ ଟ୍ରକ ଗୁଡିକ ଜବତ କରାଯାଇଛି ଓ ମାଲିକ ଏବଂ ଡ୍ରାଇଭର ମାନଙ୍କୁ ଗିରଫ କରାଯାଇଛି |
ଆଜିର ବୈଠକରେ ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘର କାର୍ଯକାରୀ ସଭାପତି ବଳରାମ ସ୍ୱାଇଁ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ରାଏ, ଏବଂ ଅନ୍ୟ ବିଭିନ୍ନ ସଂଘର କର୍ମକର୍ତ୍ତା ତଥା ସଭ୍ୟମାନେ ଉପସ୍ଥିତ ଥିଲେ |ଏହି ବୈଠକରେ ସରକାରଙ୍କ ତରଫରୁ ଠିକ ନୀତି ନିର୍ଧାରଣ ତଥା ଉପଯୁକ୍ତ ରୟାଲିଟି ପୈଠ ଯୁକ୍ତ ବ୍ୟବସ୍ଥା କରି ଏହାକୁ ସୁଷମ କରାନ ଯିବା ପର୍ଯ୍ୟନ୍ତ ଆମ୍ଭେ କୌଣସି ଲଘୁଜ ଖଣିଜ ପଦାର୍ଥ କରିପାରିବୁ ନାହିଁ ବୋଲି ସଂଘ ତରଫରୁ ପ୍ରେସ ମିଟ କରି କୁହାଯାଇଛି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO