କେନ୍ଦୁଝର– ଜିଲ୍ଲାର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡ଼ଲାଙ୍ଗ ଗ୍ରାମର ବୃଦ୍ଧା ଯାତ୍ରୀ ବେୱା ଗତକାଲି ସଂନ୍ଧ୍ୟାରେ ନିକଟସ୍ଥ ପୋଖରୀକୁ ଶୌଚ ନିମନ୍ତେ ଯାଇଥିବା ବେଳେ ଅସାବଧାନତା କାରଣରୁ ଗୋଡ଼ ଖସି ପୋଖରୀରେ ବୁଡ଼ି ଯାଇଥିଲେ । ଆଜି ସକାଳେ ପାଣିରେ ତାଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ତୁରୁମୁଙ୍ଗା ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।