ବାରିପଦା- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ଚାଂଚବଣି ଅଂଚଳ ଦେଇ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ନଂ ଓଡ଼ି୧୧ଏ୬୦୧୪ ସ୍ଥାନୀୟ ତାଟୋ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଛି । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଗାଡ଼ିଟିକୁ ଜବତ କରିବା ସହ ଗାଡ଼ିରେ ଚାଲାଣ ହେଉଥିବା ୧୦ଟି ଗୋରୁଙ୍କୁ ଉଦ୍ଧାର କରି କରଞ୍ଜିଆ ଗୋଶାଳାକୁ ହସ୍ତାନ୍ତର କରିଛି । ତେବେ ଘଟଣାସ୍ଥଳରୁ ଡ଼୍ରାଇଭର ଓ ହେଲପର୍ ଫେରାର୍ ହୋଇଯାଇଛନ୍ତି । ପୋଲିସ ପିକଅପ୍ ଭ୍ୟାନ୍ ଟିକୁ ଥାନାରେ ଅଟକ ରଖିବା ସହ ଗାଡିର ନମ୍ବରକୁ ନେଇ ଯାଂଚ୍ କରୁଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ସୂଚନା ମିଳିଛି ।
Related Stories
May 16, 2024