
ବ୍ରହ୍ମପୁର:-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଖେମୁଣ୍ଡି କାଳୁଆ ପିଠରେ ଟ୍ରାକ୍ଟର ମାଲିକ ମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଟିତ ହୋଇଯାଇଚି I ବୈଠ tvକରେ ପ୍ରାୟ 50ରୁ ଅଧିକ ଟ୍ରାକ୍ଟର ମାଲିକ ଯୋଗ ଦେଇଥିବାବେଳେ ଏକ ନୂତନ ମାଲିକ ସଙ୍ଘ ଗଠନ କରାଯାଇଥିଲା ଯେଉଁଥିରେ ସଭାପତି ଭାବେ ସନାତନ ସଂଗ୍ରାମ ସିଂ,ଉପ-ସଭାପତି ପ୍ରଦୀପ ସ୍ୱାଇଁ,ସମ୍ପାଦକ ବାଇନାଥ ଜେନା,ସହ-ସମ୍ପାଦକ ବାବୁଲା ଜେନା,କୋଷାଧକ୍ଷ ସତ୍ୟବାନ ଜେନାଙ୍କୁ ଚୟନ କରାଯାଇଥିଲା I ଏବଂ 15 ଜଣଙ୍କୁ ସଦସ୍ୟ ରୂପରେ ଚୟନ କରାଯାଇଛି I କିପରି ସରକାରଙ୍କ ନିତି ନିୟମକୁ ପାଳନ କରି ଗାଡ଼ି ଚଳାଯିବ ଏବଂ ସମସ୍ତ ମାଲିକ ଏକତା ହୋଇ କାର୍ଯ୍ୟ କରିବେ ସମସ୍ତ ବିଷୟ ଉପରେ ଆଲୋଚନା ହୋଇଥିଲା ଅନ୍ୟ ମାନଙ୍କ ମଧ୍ୟରେ କୈଳାଶ ବିଷୋୟୀ,ସନ୍ତୋଷ ଗୌଡ଼,ଲବ ପ୍ରଧାନ,ଗନ୍ତେଇ ସ୍ୱାଇଁ,ସୁଶାନ୍ତ କୁମାର ବିଷୋୟୀ,ରୋହିତ ଜେନା,ଶିବ ପାତ୍ର ଓ ବସନ୍ତ ସ୍ୱାଇଁଙ୍କ ସମେତ ନଳିହାଡ଼,ରୋହିଙ୍ଗା,ବାଲିପଡ଼ା,ଡ଼େଙ୍ଗାପଦର ଅଞ୍ଚଳର ବହୁ ମାଲିକ ଯୋଗ ଦେଇଥିଲେ I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO