
ବାରିପଦା– ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସମ୍ମୁଖରେ ଆଜି ପୂର୍ବାହ୍ନ ୯ ଠାରୁ ୯ମିନିଟ ଧରି ପୁଣି ଥରେ ବାଜିଲା ଘଣ୍ଟା । ଘଣ୍ଟା ବଜାଇ ପ୍ରତିବାଦର ସ୍ବର ଉଠାଇଲେ ମନ୍ଦିର ସେବାୟତ ସଂଘ । ଆଜି ଠାରୁ ଅର୍ଥାତ ୧୧ ନଭେମ୍ବର ଠାରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ପ୍ରତିଦିନ ଦିନ ୯ ଟା ସମୟରୁ ୯ ମିନିଟ ପାଇଁ ଓଡ଼ିଶାର ସମସ୍ତ ମଠ, ମନ୍ଦିର, ଧର୍ମାନୁଷ୍ଠାନ ସମ୍ମୁଖରେ ଘଣ୍ଟ ବଜାଇ ସରକାରଙ୍କୁ ପ୍ରତିବାଦ ଜଣାଇବାକୁ ଯୋଜନା କରିଛନ୍ତି ସେବାୟତ ମାନେ । ବିଗତ ଦିନରେ କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ପାଇଁ ମନ୍ଦିର ସେବାୟତ ସଂଘ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲା । ସରକାର ଏମାନଙ୍କ କଥା ନଶୁଣିବାରୁ ପୂର୍ବରୁ ଏମିତି ଦୁଇଥର ମନ୍ଦିର ସମ୍ମୁଖରେ ଘଣ୍ଟା ବଜାର ସରକାରଙ୍କୁ ପ୍ରତିବାଦ ମଧ୍ୟ କରିଛନ୍ତି ।
ସେବାୟତଙ୍କ କହିବା ଅନୁଯାୟୀ, ରାଜ୍ୟରେ ବସ୍ ଚଳାଚଳ ଠାରୁ ଆରମ୍ଭ କରି ମଦ ଦୋକାନ ଇତ୍ୟାଦି ସମସ୍ତ ଖୋଲିଛନ୍ତି ହେଲେ ଧର୍ମାନୁଷ୍ଠାନ ଖୋଲିବାରେ ବିଳମ୍ବ କଣ ପାଇଁ କରୁଛନ୍ତି । ଅନ୍ୟ ରାଜ୍ୟ ଗୁଡିକରେ ମନ୍ଦିର ଖୋଲାଯାଇସାରିଛି, ହେଲେ ଓଡିଶା ସରକାର ମନ୍ଦିର ଗୁଡିକରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରିଥିବା ଯୋଗୁଁ ଭକ୍ତଙ୍କ ସହାୟତା ରାଶିରୁ ଚଳାଚଳ କରୁଥିବା ସେବାୟତ ମାନେ ପରିବାର ପ୍ରତିପୋଷଣ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁବାର ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ପରେ ଆଜି ଠାରୁ ପୁଣିଥରେ ସେବାୟତ ମାନେ ଧର୍ମାନୁଷ୍ଠାନ ସମ୍ମୁଖରେ ଘଣ୍ଟା ବଜାଇ ସରକାରଙ୍କୁ ମନ୍ଦିର ଖୋଲିବା ପାଇଁ ଦାବି ଜଣାଇବା ପାଇଁ ଚେଷ୍ଟା କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO