ଜୟପୁର– କୋରାପୁଟ ସଦର ଥାନା ଅନ୍ତର୍ଗତ ଧଉଡା ପଦର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । ମଦ୍ୟପ ସ୍ୱାମୀର ଆକ୍ରମଣରେ ପତ୍ନୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ କାର୍ତିକ ଟାକରି ଚିକେନ କାଟିବା ଧାରୁଆ ଆସ୍ତ୍ର ସାହାଯ୍ୟରେ ସ୍ତ୍ରୀ ପାର୍ବତୀ ଓରଫ ମିଲ୍ଲି କମାରର ଶରୀରକୁ ହାଣି ୨ ଖଣ୍ଡ କରି ଦେଇଛି । ପାରିବାରିକ କଳହରୁ ଏପରି କାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ଏମାନଙ୍କ ୨ ମାସର ଏକ ସନ୍ତାନ ରହିଛି । ପୋଲିସ ପହଂଚି ଅଭିଯୁକ୍ତ ସ୍ୱାମୀ କାର୍ତିକକୁ ଗିରଫ କରିଥିବା ବେଳେ ଘଟଣାକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ମଦ ପିଇ କାର୍ତିକ ଏପରି କାଣ୍ଡ ଭିଆଇଥିବା ଗ୍ରାମବାସୀ ମାନେ କହିଛନ୍ତି ।