
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ରବିବାର ଅପରାହ୍ନ ୪.୩୦ ମିନିଟ୍ ସମୟରେ ସ୍ଥାନୀୟ ପୁରୀ ବଡ଼ଦାଣ୍ଡସ୍ଥ , ଭୋଳାନାଥ ବିଦ୍ୟାପୀଠ ନିକଟ ରାଣୀସତୀ ଭବନ ପରିସରରେ ସ୍ୱଦେଶୀ ଜାଗରଣ ମଞ୍ଚ, ପୁରୀଜିଲ୍ଲା ତରଫରୁ ରାଷ୍ଟ୍ରଋଷି ଦତ୍ତୋପନ୍ତ ଠେଙ୍ଗେଡ଼ି ଜୀଙ୍କ ୧୦୦ ତମ ଜନ୍ମତିଥି ପାଳନର ସମାପନ ଉତ୍ସବ ଆୟୋଜନ ହୋଇଥିଲା |ପୁରୀଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ଭୂୟାଁ ଙ୍କ ସଂଯୋଜନାରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ସ୍ବଦେଶୀ ଜାଗରଣ ମଞ୍ଚର ପୂର୍ବତନ ଅଖିଳ ଭାରତୀୟ ସହ ସଂଯୋଜକ ସରୋଜ ମିତ୍ର ଗରିବୋଁ କା ମସିହା ତଥା ଅନ୍ତିମ ପଂକ୍ତିରେ ଥିବା ବ୍ୟକ୍ତି ବିକାଶର ଚିନ୍ତା ନାୟକ ଦତ୍ତୋପନ୍ତ ଠେଙ୍ଗେଡ଼ି ଙ୍କ ବିଷୟରେ ନିଜ ଅନୁଭୂତି ବଖାଣିବା ସହ ସଭିଙ୍କୁ ସ୍ବଦେଶୀ ବସ୍ତୁର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ |ଅଖିଳ ଭାରତୀୟ ସଂଘର୍ଷ ବାହିନୀର ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବରେ ବ୍ୟକ୍ତି ଉପଭୋଗକୁ ବିନାଶ କଲେ ହିଁ ସ୍ବଦେଶୀ ର ମୁଖ୍ୟ ଉଦେଶ୍ୟ ଚିରାତାର୍ଥ ହୋଇପାରିବା ସହ ସ୍ଥାନୀୟ ବସ୍ତୁର ବହୁଳ ବ୍ୟବହାରିତା ହିଁ ଆତ୍ମନିର୍ଭର ଭାରତର ସ୍ବପ୍ନ ସାକାର ହୋଇପାରିବ ବୋଲି ଅଭିମତ କରିଥିଲେ |ପ୍ରାନ୍ତ ସଂଘର୍ଷ ବାହିନୀ ପ୍ରମୁଖ ସଚ୍ଚିନନ୍ଦନ ଦାଶ ଆଗାମୀ ଦୀପାବଳି ରେ ମାଟି ଦୀପ ଓ ପୋଲାଙ୍ଗ ତେଲ ବ୍ୟବହାର ନିମନ୍ତେ ଉପସ୍ଥିତ ମା,ଭଉଣୀ ଓ ଭାଇ ମାନଙ୍କୁ ଶପଥ କରାଇଥିଲେ | ପ୍ରାନ୍ତ ସଂଯୋଜକ ଶତୃଘ୍ନ ତରାଇ ସମ୍ମାନିତ ଅତିଥି ଭାବରେ ସ୍ବଦେଶୀ ହିଁ ଆତ୍ମନିର୍ଭର ଭାରତ ଗଠନର ଉପାଦେୟ ବୋଲି ମତ ଦେଇଥିଲେ |ପ୍ରାରମ୍ଭରେ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ଶତୃଘ୍ନ ବଳିୟାର ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଅର୍ଥ ଓ ରୋଜଗାର ସମ୍ବନ୍ଧୀୟ ସଂମ୍ମାନ କାର୍ଯ୍ୟକ୍ରମରେ ପୁରୀ, ବ୍ରହ୍ମଗିରି, ସାକ୍ଷୀ ଗୋପାଳ ର ସ୍ଥାନୀୟ ଉଦ୍ୟୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସଂମ୍ମାନିତ କରାଯାଇଥିଲା |କାର୍ଯ୍ୟକ୍ରମର ବ୍ୟବସ୍ଥା ପ୍ରମୁଖ ଉପେନ୍ଦ୍ର ବିଶୋଇ ଙ୍କୁ ବିଚିତ୍ରା ନନ୍ଦ ସାହୁ, ବିଶ୍ୱନାଥ ପଣ୍ଡା, ବିଜୟ ପଟ୍ଟନାୟକ, ଅଶୋକ ଦାଶ, ପୂର୍ଣ୍ଣଚନ୍ଦ୍ର ଦାସ, ଅଜୟ ଦାସ, ବିଚିତ୍ରା ସାହୁ, ସବିତା ବିଶୋୟୀ, ଭବାନୀ ମିଶ୍ର, ଜଗନ୍ନାଥ ଷଡ଼ଙ୍ଗୀ, ବିଭୁଦତ୍ତ ପଟ୍ଟନାୟକ, କବିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ |ଦୀର୍ଘ ଏକ ମାସ ଧରି ଚାଲିଥିବା କାର୍ଯ୍ୟକ୍ରମ ବିଭିନ୍ନ ୱାର୍ଡ, ପଞ୍ଚାୟତ ତଥା ଜିଲ୍ଲା ଅନ୍ୟ ସ୍ଥାନରେ ହୋଇଥିବା କାର୍ଯ୍ୟକ୍ରମର ପ୍ରମୁଖ ଲଷ୍ମୀପ୍ରିୟା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO