
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,ସଚେତନ ନାଗରିକ ମଞ୍ଚ, ପୁରୀ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଯୋଡାଲିଙ୍ଗ ଠାରେ ଆୟୋଜିତ ହୋଇଯାଇଛି |ଗଡ଼ ଭିଙ୍ଗୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଶୁଭଶ୍ରୀ ନାୟକଙ୍କ ସହାୟତାରେ ଉକ୍ତ ସ୍ଥାନରେ ବୃକ୍ଷ ରୋପଣ, ବନ୍ଧୁମିଳନ, ସଫେଇ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ମଞ୍ଚର ସଭାପତି ପ୍ରସନ୍ନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ପରିବେଶ ସୁରକ୍ଷାର ସଚେତନାର ବାର୍ତ୍ତା ଦେଇ ଉପସଭାପତି, ସାମାଜିକ କର୍ମୀ ଲଲାଟେନ୍ଦୁ ମିଶ୍ର, ସହ ସମ୍ପାଦକ ଅଶୋକ କୁମାର, ଉପଦେଷ୍ଟା ଶିବ ସୁନ୍ଦର ମିଶ୍ର, ସମ୍ପାଦିକା ଗୀତାଞ୍ଜଳି ପଣ୍ଡା, ଗାୟତ୍ରୀ ଦାଶ, ରାକେଶ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ପୂର୍ବାକର ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ |ବୃକ୍ଷ ରୋପଣ କରିବା ଏକ ଜୀବଦାନ ସଦୃଶ |”ଆଗ ଗଛ ଆଉ ସବୁ ପଛ “ସ୍ଲୋଗାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା |ଏହିଭଳି କାର୍ଯ୍ୟକ୍ରମ ସର୍ବତ୍ର ସଂଚାଳିତ କରିବା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ପୂର୍ବକ ବାୟୁ ପ୍ରଦୂଷଣ ରୋକିବାର ମହତ ଉଦେଶ୍ୟ ନେଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗଭର ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା |ଉକ୍ତ କାର୍ଯ୍ୟକ୍ରମ ସଭ୍ୟ ସର୍ବଶ୍ରୀ ତନ୍ମୟ ଚାଟ୍ଟାର୍ଜୀ, ଯୁବ ସଂଗଠକ ରଞ୍ଜିତ ନାୟକ, ସମିତି ସଭ୍ୟ ଅମ୍ଭାନ କୁମାର ପାଣି, ନିରଞ୍ଜନ କର, ପୂର୍ବକର, ପ୍ରଦ୍ୟୁମ୍ନ ମହାନ୍ତି, ସୁନୀଲ, ମମତା ରାଉତ, ରିଙ୍କି ମହାନ୍ତି ଓ ବିଚିତ୍ର କୁମାର ବଳିୟାର ସିଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ| ସଚେତନ ନାଗରିକ ମଞ୍ଚର ଉପସଭାପତି ଓ ସାମାଜିକ କର୍ମୀ ଲଲାଟେନ୍ଦୁ ମିଶ୍ର ଏହି ସୂଚନା ପ୍ରଦାନ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO