 
                - 
ପୁରୀ କୁ ସ୍ଵଚ୍ଛ ରଖିବା ପାଇଁ ପ୍ରଶାସନ ଦ୍ୱାରା ପୁରୀବାସୀଙ୍କ ଶପଥପାଠ,
- 
ମାନ୍ୟଵର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଉପସ୍ଥିତିରେ ଶପଥପାଠ,


ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ପ୍ରାରମ୍ବିକ ଅଭିଭାଷଣ ପ୍ରଦାନ କରି ଏହି ଅଭିଯାନର ଦୂରଗାମୀ ଲକ୍ଷ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ , ସ୍ୱଛତା ଏବଂ ପବିତ୍ରତା କିପରି ପୁରୀ ସହରକୁ ଏକ ଶ୍ରେଷ୍ଠ ସହର ଏବଂ ପୃଥିବୀ ର ଏକ ଅନ୍ୟତ୍ତମ ବିଶିଷ୍ଟ ଧାମରେ ପରିଣତ କରିବ ତାହା ପ୍ରକାଶ କରିଥିଲେ I ପୁରୀ ପୌରପାଳିକା ଏକ୍ଜିକୁଟୀଭି ଅଫିସର ଶ୍ରୀ ବିଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ I ପୋଲିସ ବ୍ୟାଣ୍ଡ ତରଫରୁ ପ୍ରାରମ୍ଭରେ ଜାତୀୟ ସଂଗୀତ ଏବଂ ଶେଷ ରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା I ସ୍ୱଛତା ଅଭିଯାନରେ ଧଳା ବୋର୍ଡ ରେ ସାହି ସାହି ବୁଲି ସମସ୍ତ ବାସିନ୍ଦା ଙ୍କ ଠାରୁ ନିଆ ଯାଇଥିବା ଶପଥ ଦସ୍ତଖତ କୁ ପୃଷ୍ଟଭୁମିରେ ରଖି ସ୍ବଛସାଥୀମାନେ ଏବଂ ଉପସ୍ଥିତ ସମସ୍ତେ ପୁରୀ କୁ ସ୍ଵଚ୍ଛ ରଖିବା ପାଇଁ ଶପଥ ନେଇ ଥିଲେ I ମାନ୍ୟଵର ମନ୍ତ୍ରୀ ଶ୍ରୀ ଜେନା ଏହି ଶପଥ ପାଠ କରାଇଥିଲେ I

 
                    







