ଶ୍ରୀନଗର – ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଶନିବାର ଦିନ ଅନନ୍ତନାଗ ଠାରେ ପ୍ରଥମ ଥର ପାଇଁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ପାଖାପାଖି ୧୦ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶିଶୁ ମଧ୍ୟ ସାମିଲ ଅଛନ୍ତି। ଡେପୁଟି କମିଶନର କାର୍ଯ୍ୟାଳୟ ସାମ୍ନାରେ ଆତଙ୍କୀମାନେ ଗ୍ରେନେଡ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଘେରାବନ୍ଦୀ କରି ପୋଲିସ ସର୍ଚ୍ଚ ଅପରେଶନ କରୁଛି। ସେହି ସମୟରେ ଆହତଙ୍କୁ ହସ୍ପିଟାଲ ପଠାଯାଇଛି।
ମିଳିଥିବା ସୂଚନା ଅନୁସାରେ ଡିସି ଅଫିସ୍ ବାହାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବାକୁ ଆତଙ୍କୀମାନେ ଟାର୍ଗେଟ କରିଥିଲେ। ଜାମ୍ମୁ କାଶ୍ମୀର ପୁଲିସ ମୁତାବକ, ଭିଡ ଥିବା ଏହି ଅଞ୍ଚଳରେ ଡ୍ରେନେଡ୍ ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଟ୍ରାଫିକ୍ ପୁଲିସ କର୍ମୀ, ଜଣେ ସାମ୍ବାଦିକ, ଜଣେ ଶିଶୁ ସାମିଲ ଅଛନ୍ତି। ତେବେ ଆହତଙ୍କୁ ତତ୍କାଳ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଛି। ଆତଙ୍କୀ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ପୁଲିସ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଜାରୀ ରଖିଛି।