
ବଲାଙ୍ଗିର । ବଲାଙ୍ଗିର ଜିଲ୍ଲା ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ମିଳିଥିବା ସୂଚନା ଅନୁସାରେ ପୋଲିସକୁ କୌଣସି ଗୁପ୍ତ ସୂତ୍ରରୁ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ମିଳିଥିଲା। ଏହି ସୂଚନା ଆଧାରରେ ଆଜି ଏସ୍ଓଜି ଟିମ୍ ସେହି ଅଞ୍ଚଳରେ ଚଢ଼ଉ କରିଥିଲା। ସୂଚନା ପାଇ ନକ୍ସଲମାନେ ସେଠାରୁ ପଳାଇଯାଇଥିଲେ। ପୁଲିସ୍ ନକ୍ସଲ ସାମଗ୍ରୀ ଜବତ କରିଥିଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲଙ୍କ ପାଠ୍ୟ ଶାଳା ଚାଲିଥିବା ତଥା ନକ୍ସଲମାନଙ୍କୁ ଟ୍ରେନିଂ ଦିଆଯାଉଥିବା ଜଣାପଡ଼ିଛି।