ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ସହରର ୨ ଛାତ୍ର ଓ ଯୁବନେତା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ୨ଛାତ୍ର ନେତା ହେଲେ ଗଞ୍ଜାମ ଜିଲ୍ଲା ଜୋନ୍ ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ସାହୁ ଓ ବ୍ରହ୍ମପୁର ମହାନଗର ଯୁବ ସଭାପତି ଅଜିତ ପଣ୍ଡା । ୨ଜଣ କରୋନା ଆକ୍ରାନ୍ତ ହେବାପରେ କନିଷିସ୍ଥିତ ଅସ୍ପିନୀ ହସ୍ପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି । ସୂଚନାଥାଉକି, ବାଲେଶ୍ୱର ଉପନିର୍ବାଚନରେ ୨ ଛାତ୍ର ନେତା ଦୀର୍ଘଦିନଧରି ସେଠାରେ ରହି ନିର୍ବାଚନ ପ୍ରଚାରରେ ସାମିଲ୍ ହେବାସହ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ବିଜୟ କରିବାରେ ସେହି ଅଞ୍ଚଳରେ କାର୍ଯ୍ୟ କରିଥିଲେ । ଗତ ୨ଦିନପରେ ସେମାନେ ଘରକୁ ଫେରିବାପରେ ବୁଧବାର ରାତିରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାପରେ ଉଭୟ ଆଣ୍ଟିଜେଣ୍ଟ ପରୀକ୍ଷା କରିଥିଲେ । ପରେ ପଜେଟିଭ ବାହାରିବାପରେ ଦୁହେଁ ଅସ୍ପିନୀ ହସ୍ପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି । ଉଭୟ ଯୁବ ଓ ଛାତ୍ର ନେତା ଗଣମାଧ୍ୟମ ଜରିଆରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ତୁରନ୍ତ ଆୟୁଲେସନ ସହ ଲକ୍ଷଣ ଆସିଲେ ତୁରନ୍ତ ପରୀକ୍ଷାକରି ନେବାକୁ ଅନୁରୋଧ କରିଛନ୍ତି । ସେମାନେ ତୁରନ୍ତ ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଛାତ୍ର ଓ ଯୁବନେତାମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିବା ଜଣାପଡିଛି ।
Related Stories
May 17, 2024