
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ସହରର ୨ ଛାତ୍ର ଓ ଯୁବନେତା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ୨ଛାତ୍ର ନେତା ହେଲେ ଗଞ୍ଜାମ ଜିଲ୍ଲା ଜୋନ୍ ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ସାହୁ ଓ ବ୍ରହ୍ମପୁର ମହାନଗର ଯୁବ ସଭାପତି ଅଜିତ ପଣ୍ଡା । ୨ଜଣ କରୋନା ଆକ୍ରାନ୍ତ ହେବାପରେ କନିଷିସ୍ଥିତ ଅସ୍ପିନୀ ହସ୍ପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି । ସୂଚନାଥାଉକି, ବାଲେଶ୍ୱର ଉପନିର୍ବାଚନରେ ୨ ଛାତ୍ର ନେତା ଦୀର୍ଘଦିନଧରି ସେଠାରେ ରହି ନିର୍ବାଚନ ପ୍ରଚାରରେ ସାମିଲ୍ ହେବାସହ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ବିଜୟ କରିବାରେ ସେହି ଅଞ୍ଚଳରେ କାର୍ଯ୍ୟ କରିଥିଲେ । ଗତ ୨ଦିନପରେ ସେମାନେ ଘରକୁ ଫେରିବାପରେ ବୁଧବାର ରାତିରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାପରେ ଉଭୟ ଆଣ୍ଟିଜେଣ୍ଟ ପରୀକ୍ଷା କରିଥିଲେ । ପରେ ପଜେଟିଭ ବାହାରିବାପରେ ଦୁହେଁ ଅସ୍ପିନୀ ହସ୍ପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି । ଉଭୟ ଯୁବ ଓ ଛାତ୍ର ନେତା ଗଣମାଧ୍ୟମ ଜରିଆରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ତୁରନ୍ତ ଆୟୁଲେସନ ସହ ଲକ୍ଷଣ ଆସିଲେ ତୁରନ୍ତ ପରୀକ୍ଷାକରି ନେବାକୁ ଅନୁରୋଧ କରିଛନ୍ତି । ସେମାନେ ତୁରନ୍ତ ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଛାତ୍ର ଓ ଯୁବନେତାମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO