
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀ ଜିଲ୍ଲା କାଠ ଶିଳ୍ପୀ ଓ କାଠ କାରିଗର ସଂଗଠନ ପକ୍ଷରୁ ୩ ଦଫା ଦାବି କୁ ନେଇ ପୁରୀ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା |ଚଳିତ କୋଭିଡ -୧୯ ମହାମାରୀ ଯୋଗୁଁ କ୍ଷୁଦ୍ର ଶିଳ୍ପ ଗୁଡିକ ଅତ୍ୟନ୍ତ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି |କାଠ କାରିଗର ଓ ଆଲୁମିନିୟମ ଛୋଟ ୟୁନିଟ ଗୁଡିକ ଯେଉଁଥିରେ ପାଞ୍ଚ ଜଣଙ୍କ ଠାରୁ ଗୋଟିଏ ଜଣ ପର୍ଯ୍ୟନ୍ତ କାମ କରୁଥିଲେ ସେହି ୟୁନିଟ ଗୁଡିକ ଆର୍ଥିକ ମାନ୍ଦା ଅବସ୍ଥା ଯୋଗୁଁ ମୁହଁମାଡି ପଡିଛି |ମାସକୁ ଦଶ ଦିନ ମଧ୍ୟ କାମ ଜୁଟୁ ନାହିଁ |କେନ୍ଦ୍ର ସରକାରଙ୍କ ଘୋଷିତ କ୍ଷୁଦ୍ର ଶିଳ୍ପ ୟୁନିଟ ମାନଙ୍କ ପାଇଁ ସହାୟତା ଏହି କ୍ଷୁଦ୍ର ଶିଳ୍ପ ୟୁନିଟ ଗୁଡିକୁ ଅନ୍ତର୍ଭୁକ୍ତ କରି ସହାୟତା ପ୍ରଦାନ କରାଗଲେ କାଠ କାରିଗର ମାନେ କାମ ପାଇବା ସହିତ ନିଜ ୟୁନିଟ ଗୁଡିକୁ ଚଲାଇ ରଖି ପାରନ୍ତେ |ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇଥିବା ଶ୍ରମିକଙ୍କୁ କୋଭିଡ ସହାୟତା ଦେବାପାଇଁ ଦାବୀ କରୁଛୁ |ଦୀର୍ଘଦିନ କାମ କରି ଚାଲୁଥିବା କାରିଗର ମାନେ ବୟସ ହୋଇଗଲା ପରେ ନିଜେ ଚଳିବା ଓ ପରିବାର ଚଳାଇବା କଷ୍ଟକର ହୋଇପଡୁଛି |ଆଜିକାର ମାହଙ୍ଗା ବଜ଼ାରରେ ସରକାର ସାମାଜିକ ନିରାପତ୍ତା ସୁରକ୍ଷା ପାଇଁ ଶିଳ୍ପୀ ଓ କାରିଗର ମାନଙ୍କୁ ମାସିକ ୩୦୦୦ ଟଙ୍କା ସର୍ବନିମ୍ନ ପେନସନ ଦିଆଯିବା ପାଇଁ ଦାବୀ କରାଯାଇଛି |ଏହି କାର୍ଯ୍ୟକ୍ରମରେ ସଭାପତି ବିଶ୍ୱନାଥ ମହାରଣା, ସମ୍ପାଦକ ମନୋରଞ୍ଜନ ମହାରଣାଙ୍କ ସମେତ ପବିତ୍ର ଓଝା, ଜମ୍ବେଶ୍ୱର ଓଝା, ସତ୍ୟଜିତ ମହାରଣା, ନବୀନ ମହାରଣା, କ୍ଷେତ୍ରବାସୀ ମହାରଣାଙ୍କ ସମେତ ସଂଗଠନର ଉପଦେଷ୍ଟା ଜଗନ୍ନାଥ ଦେଓ ପ୍ରମୁଖ ଆନ୍ଦୋଳନ ରେ ନେତୃତ୍ୱ ନେଇ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO