
ପୁରୀ– ପୁରୀ ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଆଳୁ, ପିଆଜ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ବର୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଳୁ ଦର କେି ପ୍ରତି ୩୮ ରୁ ୪୦ ଟଙ୍କା ରହିଥିବା ବେଳେ ପିଆଜ କେଜି ପ୍ରତି ୬୫ ରୁ ୭୦ ଟଙ୍କା ରହିଛି ।
ପୁରୀ ସହରର ଲକ୍ଷ୍ମୀ ବଜାର ପରିବା ମାର୍କେଟ, ପୌର ମାର୍କେଟ, ସ୍ୱର୍ଗଦ୍ୱାର ପରିବା ମାର୍କେଟ, ଷ୍ଟେସନ ବଜାର ପରିବା ବଜାରରେ ବଡ ସାଇଜ୍ ଆଳୁ କେଜି ପ୍ରତି ୩୮ ଟଙ୍କା ରହିଥିବା ବେଳେ ସାନ ସାଇଜ୍ ଆଳୁ କେଜି ପ୍ରତି ୩୬ ଟଙ୍କା ରହିଛି ।
ଅନୁରୂପ ଭାବେ ପିପିଲି, ନିମାପଡ଼ା, କାକଟପୁର, ସାତଶଙ୍ଖ, ସାକ୍ଷିଗୋପାଳ, କଣାସ, ଡ଼େଲାଙ୍ଗ ଆଦି ଅଂଚଳରେ ଆଳୁ ଦର ୩୮ ରୁ ୪୦ ଟଙ୍କା ରହିଥିବା ବେଳେ ପିଆଜ କେଜି ପ୍ରତି ୬୫ ରୁ ୭୦ ଟଙ୍କା ରହିଛି । ଫଳରେ ଗରିବ ଶ୍ରେଣୀର ଲୋକମାନେ ଆଳୁ କିଣିବାକୁ ସକ୍ଷମ ହୋଇପାରୁନାହାଁନ୍ତି । ମଧ୍ୟବିତ ପରିବାର ଆଳୁ ୫ କେଜି ସ୍ଥାନରେ କେଜିଏ ଦୁଇ କେଜି କିଣୁଥିବା ଏବଂ ପିଆଜ ୧ କେଜି ଆବଶ୍ୟକ ସ୍ଥଳେ ଅଧ କେଜି କିଣୁଥିବା ଦେଖିବାକୁ ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO