ଭୁବନେଶ୍ୱର – ଟ୍ୱିନ୍ ସିଟିରେ ରାତି ୧୨ ପର୍ଯ୍ୟନ୍ତ ଚାଲିପାରିବ ମେଲୋଡ଼ି କାର୍ଯ୍ୟକ୍ରମ ଓ ବାଜିପାରିବ ଲାଉଡ଼ସ୍ପିକର । ଚଳିତ ବର୍ଷ ଶାରଦୀୟ ଦୂର୍ଗାପୂଜାରେ କମିଶନରେଟ ପୋଲିସ ପକ୍ଷରୁ ଏହି ବ୍ୟବସ୍ଥାରେ କିଛିଟା କୋହଳ କରାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗି ।
ବିଗତ ବର୍ଷ ମାନଙ୍କରେ ରାତି ୧୦ଟା ସୁଦ୍ଧା ମେଲୋଡ଼ି ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସାରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତେବେ ଚଳିତ ବର୍ଷ ଏଥିରେ କିଛି ମାତ୍ରାରେ କୋହଳ କରାଯାଇଥିôବାରୁ ଏହା ବିଶେଷ କରି ଯୁବପୀଢ଼ିଙ୍କ ପାଇଁ ଖୁସିର ଖବର ହୋଇଛି ।