

ସେହିପରି ସଦର ଥାନା ଅନ୍ତର୍ଗତ ସାହାସପୁର ହାଟରେ ଆଳୁ କେଜି ପ୍ରତି ୩୫ ଟଙ୍କା ଏବଂ ପିଆଜ କେଜି ପ୍ରତି ୭୦ ଟଙ୍କା ରହିଛି ।
ଅନୁରୂପ ଭାବେ କୋରେଇ ବ୍ଲକ୍ ଅଂଚଳରେ ରହିଥିବା ୪ଟି ପ୍ରମୁଖ ହାଟ ଶାହାପୁର ହାଟ, କରଦା ହାଟ, ଶଙ୍ଖଚିଲା ହାଟ, ପୂର୍ବକୋଟ ହାଟରେ ଆଳୁ କେଜି ପ୍ରତି ୪୦ ଟଙ୍କା ଏବଂ ପିଆଜ କେଜି ପ୍ରତି ୬୦ରୁ ୬୫ ଟଙ୍କା ରହିଛି । ଏହା ବ୍ୟତୀତ ପାଣିକୋଇଲି, କୋରେଇ ଓ ବୈତରଣୀ ରୋଡ଼ ବଜାରରେ ଆଳୁ କେଜି ପ୍ରତି ୪୦ ଟଙ୍କା ଏବଂ ପିଆଜ କେଜି ପ୍ରତି ୬୦ରୁ ୭୦ ଟଙ୍କା ରହିଛି । 

ଅନୁରୂପ ଭାବେ ଧର୍ମଶାଳା ବ୍ଲକର ବାରବାଟୀ ହାଟ, କାଏମା ହାଟ, ଧର୍ମଶାଳା ହାଟ, କୁଣ୍ଡ ପାଟଣା ହାଟ, ଆରୁହା ହାଟ, କବାଟ ବନ୍ଧ, ପଦମପାଳ , କୋତପୁର, ମିର୍ଜାପୁର, ଗଡ଼ ମଧୁପୁର, ବାଲିସାହି, ଜେନାପୁର, ନାକପୋଲ ହାଟ ଏବଂ ଜାରକା ଡ଼େଲି ମାର୍କେଟ, କଲଣ, ରମାପୁର, ଚଢ଼େଇଧରା, ନଠୁଆବର, କମାଗଡ଼, କଂଟିଗଡ଼ିଆ, ହରିଦାସପୁର ବଜାରରେ ଆଳୁ କେଜି ପ୍ରତି ୪୦ ଟଙ୍କା ଏବଂ ପିଆଜ କେଜି ପ୍ରତି ୭୦ ଟଙ୍କା ରହିଛି ।
ସେହିପରି ବଡ଼ଚଣା ବ୍ଲକ୍ ର ବାଲିଚନ୍ଦ୍ରପୁର ହାଟ, ସାହାପୁର ହାଟ, ଗାନ୍ଧିଛକ, ଚଣ୍ଡିଖୋଲ ଛକ, ବଡ଼ଚଣା, ଛତିଆ ବଜାର, ବୈରୀ, ଧାନମଣ୍ଡଳ ବଜାରରେ ଆଳୁ କେଜି ପ୍ରତି ୪୦ ଟଙ୍କା ଏବଂ ପିଆଜ କେଜି ପ୍ରତି ୭୦ ରୁ ୭୫ ଟଙ୍କା ରହିଛି ।