ବିଭିନ୍ନ ଜିଲ୍ଲା ଶ୍ରମ କମିଶନର ଓ ଜିଲ୍ଲାପାଳଙ୍କ ପାଖରେ ଦୀର୍ଘଦିନ ଧରି ପଡ଼ିରହିଥିବା ମୃତ୍ୟୁ ଜନିତ କ୍ଷତିପୁରଣ, ସାହାଯ୍ୟ,ସାଇକେଲ ଓ ନିରାପତା ସାମଗ୍ରୀ ସମେତ ଅନ୍ୟାନ୍ୟ ସହାୟତା ତୁରନ୍ତ ଦେବା ଆବଶ୍ୟକ । ନିର୍ମାଣ ଶ୍ରମିଳମାନଙ୍କୁ ଭବିଷ୍ୟନିଧ୍ୟ ଓ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ନିଗମରେ ସଦସ୍ୟଭୁକ୍ତ କରିବା ଆବଶ୍ୟକ । ସମସ୍ତ ନିର୍ମାଣ ପ୍ରୋଜେକ୍ଟର କାର୍ଯ୍ୟ କରୁଥିବା ଶ୍ରମିକ ନିର୍ମାଣ ଶ୍ରମିକ ବୋର୍ଡ଼ର ରେଜେଷ୍ଟିଭୁକ୍ତ ବାଧ୍ୟତାମୂଳକ ହେବା ଆବଶ୍ୟକ ।
ପାର୍ଲାମେଣ୍ଟରେ ବିଜେପି ସରକାର ୪ଟି ଲେବର କୋଡ୍ ପାସ୍ କରିବା ଫଳରେ ଶ୍ରମିକ କର୍ମଚାରୀମାନେ ଏପର୍ଯ୍ୟନ୍ତ ପାଉଥିବା ଅଧିକାରରୁ ବଞ୍ଚିତ ହେବେ। ଏଥିଯୋଗୁ ମାଲିକମାନେ କର୍ମଚାରୀମାନଙ୍କୁ ମନଇଛା ଶୋଷଣ କରିବା ସହିତ କାର୍ଯ୍ୟରୁ ଛଟେଇ କରିବା ପାଇଁ ଅଧିକାର ପାଇବେ, ଓଡ଼ିଶା ସମେତ କେତେକ ରାଜ୍ୟ ସରକାର କାର୍ଯ୍ୟ ନିର୍ଘଣ୍ଟ ସମୟ ୮ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଯାହାଦ୍ୱାରା ବିଭିନ୍ନ ଶିଳ୍ପାନୁଷ୍ଠାନର କାର୍ଯ୍ୟକରୁଥିବା ଶ୍ରମିକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଶ୍ରମିକ ନିଯୁକ୍ତି ହରାଇବେ । କେନ୍ଦ୍ର ସରକାର ରେଲୱେ, ବ୍ୟାଙ୍କ, କୋଇଲା ଓ ପ୍ରତିରକ୍ଷା ଉତ୍ପାଦକ ଶିଳ୍ପ କୁ ଘରୋଇ କରଣ କରିବା ପାଇଁ ବଦ୍ଧ ପରିକର । ଯାହା ଦେଶର ସ୍ଥିତି ପ୍ରଗତି ଓ ନିରାପତାର ପରିପନ୍ନା । ଲାଭରେ ଚାଲୁଥିବା କେନ୍ଦ୍ରୀୟ ସରକାରୀ ଉଦ୍ୟୋଗରୁ ଅଂଶଧନ ପ୍ରତ୍ୟାହାର ଓ ବିକ୍ରୟ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରି ଦେଶର ସଂପତିକୁ ପୁଞ୍ଜିପତିମାନଙ୍କ ହାତରେ ଟେକି ଦେବାର ଯୋଳନା କରୁଛନ୍ତି । କୃଷି କ୍ଷେତ୍ରରେ ସୁଧାରନାମରେ କଣ୍ଟ୍ରାକ୍ଟ କାର୍ଯ୍ୟ ପାଇଁ ଦୁଇଟି ଆଇନ ପାସ୍ କରିବା ଫଳରେ ଚାଷୀ, ନାମମାତ୍ର ଚାଷୀ,କ୍ଷୁଦ୍ର ଚାଷୀ ଜମି ମାଲିକାନା ହରାଇବେ ଓ ଅସଂଗଠିତ କ୍ଷେତ୍ରରେ ସବୁଠାରୁ ଅଧୁକ ଶ୍ରମିକମାନଙ୍କୁ ନିଯୁକ୍ତି ଦେଇଥିବା କୃଷିକ୍ଷେତ୍ରରେ ୩ ଚତୁର୍ଥ ଭାଗ ଶ୍ରମିକ ରୋଜଗାର ହରାଇବେ । ଯାହା ଦେଶରେ ଏକ ଭୟଙ୍କର ସୃଷ୍ଟି କରିବ । ଗରିବ କୃଷି ଶ୍ରମିକ ଓ ତା’ର ପରିବାରର ଜୀବନ ହାରି ହତାଶ ଭିତରକୁ ଠେଲି ହୋଇଯିବ।କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଆଗାମୀ ତା ୨୬.୧୧.୨ ୦ ୨୦ ରିଖରେ ଭାରତ ବନ୍ଦ ଆହ୍ବାନ ନିଆଯାଇଛି ।ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କେନ୍ଦ୍ରୀୟ ଶ୍ରମିକ ସଂଗଠନର ସମସ୍ତ ର୍ଯ୍ୟକ୍ରମକୁ ସମର୍ଥନ କରିବା ସହିତ ଓଡ଼ିଶା ରାଜ୍ୟରେ ବିଦ୍ୟୁତ ଟାରିଫ ବୃଦ୍ଧି, ନିର୍ମାଣ ଶ୍ରମିକଙ୍କ ଦାବୀ, ୪ଟି ଲେବର କୋର୍ଡ଼ ଗଠନ ରୁଦ୍ଧରେ ପ୍ରତିବାଦ କରିବ ।ଏଣୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସହ ଥିବା ସମସ୍ତ ଶ୍ରମିକ ସଂଗଠନଗୁଡ଼ିକ ଲଗାତର ୩ ଦିନ ଧରି ପ୍ରତ୍ୟେକ ନିଜ ଅଂଚଳର ଜିଲ୍ଲା ସରକାରୀ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଦିବା ୧୧ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଧାରଣା ଓ ବିକ୍ଷୋଭ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର ରାଜ୍ୟ ଉପସଭାପତି(INTUE),ସମ୍ପାଦକ ବିଜୟ କୁମାର ରେଡ୍ଡୀ , ସଦସ୍ୟ ସଞ୍ଜିବ ପ୍ରସାଦ ବେହେରା, ବିପିନ କୁମାର ସେଠୀ, ଦିଲ୍ଲୀପ କୁମାର ସାହୁ, କାର୍ତ୍ତିକ ବଳିୟାରସିଂ, ନୃସିଂହ ମହାପାତ୍ର, ପ୍ରକାଶ ଚନ୍ଦ୍ର ସୁଆର, ମାନସ ବେହେରା, ପ୍ରମୁଖ ଉପସ୍ଥିତ ରହି ନିଷ୍ପତି କରାଯାଇଛି ।
Related Stories
November 23, 2024