
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,”ମୋ ଧାମ ମୋ ଗର୍ବ ” ଅଭିଯାନ ଅଧିନରେ ଜାରି ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଆସନ୍ତାକାଲି ଭୋର ଅର୍ଥାତ ୫ତାରିଖ ଭୋର ୩ ଘଣ୍ଟିକା ସମୟରୁ ସହରର ମୁଖ୍ୟ ଗଳିମାନଙ୍କରୁ ରାତ୍ରି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଆସନ୍ତା ୬ ଓ ୭ ତାରିଖରେ ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡି ପ୍ରତି ଗଳିକନ୍ଦିରେ ଚାଲିବ । ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଆଜି ସନ୍ଧ୍ୟାରେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଏହାକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି । ଆଜି ବିଭିନ୍ନ ୱାର୍ଡରୁ ଟ୍ରାକ୍ଟର ମାଧ୍ୟମରେ ୬୩ ଟ୍ରିପ ଆବର୍ଜନା ସଂଗ୍ରହ କରାଯାଇଛି । ରାସ୍ତାକଡରେ ନିର୍ମାଣ ସାମଗ୍ରୀ, ଆବର୍ଜନା ରଖି ଅବରୋଧ କରିବା ସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନୀୟମ ଲଂଘନ କରିଥିବାରୁ ୪୭ ଜଣଙ୍କୁ ନୋଟିସ ଜାରି କରାଯାଇଛି ଓ ଅନ୍ୟ ୩ ଜଣଙ୍କ ଠାରୁ ୯ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO