
ଭଦ୍ରକ – ଦ୍ବିତୀୟ ଓଡ଼ିଶା ନାଭାଲ୍ ଭଦ୍ରକ ଶାଖା ପକ୍ଷରୁ ଚିଲିକା ମୁହଁାଣଠାରେ ସେପ୍ଝେମ୍ବର ୨୨ତାରିଖରୁ ଏନ୍.ସି.ସି. ନୌସମରାଭ୍ୟାସ କ୍ୟାµ ଉଦ୍ଘାଟିତ ହୋଇ ବୁଧବାର ଉଦ୍ଯାପିତ ହୋଇଯାଇଛି। ଏହି ସମରାଭ୍ୟାସରେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧାସ୍ଥିତ ବିରôନାରାୟଣ ମାଧବଅର୍ଜୁନ କଲେଜ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଫକିରମୋହନ ମହାବିଦ୍ୟାଳୟ ଓ ଚାନ୍ଦବାଲି ମହାବିଦ୍ୟାଳୟର ୨୦ଜଣ ସିନିୟର ବାଳକ ଓ ୧୦ଜଣ ସିନିୟର ବାଳିକା କ୍ୟାଡେଟ୍ ଅଂଶଗ୍ରହଣ କରି ଚିଲିକା ମୁହାଣରୁ ରମ୍ଭା, କୃଷ୍ଣପ୍ରସାଦଗଡ଼, ଜାନିକୁଦ ଓ ସାତପଡ଼ା ମଧ୍ଯଦେଇ ବେଙ୍ଗାପସାଗର ଯାଏଁ ସୁଦୂର ୪୫୦ କି.ମି. ନୌସମରାଭ୍ୟାସ କରିଥିଲେ। ଉକ୍ତ ସମରାଭ୍ୟାସକୁ କମାଣ୍ଡିଂ ଅଫିସର କମାଣ୍ଡର ପି.କେ. ବସାକ୍ ଉଦ୍ଘାଟନ କରିଥିଲେ। ମୁଖ୍ୟ ଇନ୍ଷ୍ଟ୍ରକଟର ଏମ୍. ଇଫତେଖାର ଉଦ୍ଧିନ୍, ଅଫିସର୍ ମେଘନାଦ ଜେନା, ମନୋଜ କୁମାର, ସୁରଜ ବିଶି, ସୁଦର୍ଶନ ପଲାଇ, ମୁଖ୍ୟ ସଂେଯାଜକ ଭାବେ ସଞ୍ଜୟ ସେନାପତି, ଜିତେନ୍ଦ୍ର ମହାପାତ୍ର, ନିର୍ମଳ ଜେନା, ସିଭିଲିଆ ଷ୍ଟାଫ ବିଜୟ କୁମାର ରଥ, ସ୍ମୃତିରଂଜନ ଦାସ ପ୍ରମୁଖ ଉପସ୍ଥିତ ରହି ସମରାଭ୍ୟାସ କୌଶଳ ପରିଚାଳନା କରିଥିଲେ। ଏଥିରେ ୨୦ଜଣ ଏସ୍ଡି ଓ ୧୦ଜଣ ଏସ୍ଡବ୍ଲୁ୍ୟ କ୍ୟାଡ଼େଟ୍ ଅଂଶଗ୍ରହଣ କରିଥିଲେ। ଚିଲିକା ଗସ୍ତ ପୂର୍ବରୁ ଏନସିସି କ୍ୟାଡେଟ୍ମାନଙ୍କୁ ପାଳିଆବିନ୍ଧା କଲେଜର ଏନସିସି ଅଧିକାରୀ ସବ୍ଲେପ୍ଝନା ଗୋବିନ୍ଦଚନ୍ଦ୍ର ବାଗ୍ ପ୍ରାକ୍ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରତିସନ୍ଧ୍ୟାରେ କ୍ୟାଡେଟ୍ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଉଦ୍ଯାପନୀ ଅବସରରେ କ୍ୟାଡେଟ୍ ରାଜେଶ କୁମାର ନାୟକ ସମସ୍ତ ଅଧିକାରୀ ଓ କ୍ୟାଡ଼େଟ୍ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।