ନୂଆଦିଲ୍ଲୀ-ରାଜସ୍ଥାନରେ ପୁଣି ଥରେ ସଂରକ୍ଷଣକୁ ନେଇ ଗୁର୍ଜର ଆନ୍ଦୋଳନ ଆରମ୍ଭ ହୋଇଛି । ପ୍ରଦର୍ଶନକାରୀମାନେ ରବିବାର ଦିଲ୍ଲୀ-ମୁମ୍ବାଇ ରେଳଲାଇନ ଅବରୋଧ କରିଛନ୍ତି । ଏହି କାରଣରୁ ଅନେକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।
ଗୁର୍ଜରମାନେ ସଂରକ୍ଷଣ ନିୟମ ଲାଗୁ କରିବା ନେଇ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏବାନେ ୫ ପ୍ରତଶତ ସଂରକ୍ଷଣ ଦାବି କରିଛନ୍ତି । ବିଗତ କିଛି ବର୍ଷ ହେବ ରାଜସ୍ଥାନରେ ଗୁର୍ଜର କର୍ଣ୍ଣେଲ ବସଲାଙ୍କ ନେତୃତ୍ୱରେ ସଂରକ୍ଷଣ ଦାବି ହୋଇ ଆସୁଛି । ବିଗତ ଦିନରେ ଏହି ଆନ୍ଦୋଳନ ସମୟରେ ଅନେକ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳିଛି ।