
ସାନଖେମୁଣ୍ଡି : ଗଞ୍ଜମ ଜିଲ୍ଲା ଅନ୍ତର୍ଗତ ପୁଡ଼ାମାରି ଠାରେ ଗ୍ରାମର କେତକ ଯୁବ ଉଦ୍ୟଗି ଙ୍କୁ ନେଇ ଆଜି ଶ୍ରୀ ଚୈତନ୍ୟ ମଠ ମହନ୍ତ ଙ୍କ ଆବାହକ ତ୍ୟରେ ଇ. ହାଡିବନ୍ଧୁ ଚୌଧୁରୀ ଙ୍କ ପ୍ରଚେଷ୍ଟାରେ ଗଞ୍ଜାମ ଜିଲ୍ଲାର ପୁଡାମରି ଠାରେ ସଂଗଠନ ଉଦଘାଟନ ହୋଇଯାଇଛି।ଏଥିରେ ପରିଚାଳନା କମିଟି କୁ ଏଗାର ଜଣ ସଦସ୍ୟ ମନୋନୀତ ହୋଇଛନ୍ତି।ମଠ ମହନ୍ତ ଗୋପାଳ ଚନ୍ଦ୍ର ଦାସ ଆବାହକ ହୋଇଥିବା ବେଳେ ଓକିଲ ଦିଲୀପ କୁମାର ପାତ୍ର ଆଇନ ପରାମର୍ଶ ଦାତା ହୋଇଥିବାବେଳେ ପ୍ରଫୁଲ୍ଲ ସାବତ, ନୃସିଂହ ଚରଣ ବେହେରା, ସୌରା ନାୟକ, ଗୋପାଳ ଗଉଡ଼, ଶତ୍ରୁଘନ ଜେନା ପ୍ରମୁଖ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି।ଏହି ସଂଘଟନ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, କୁକୁଡ଼ାଖଣ୍ଡି , ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ୬ଟି ବ୍ଲକର କୃଷକ ଏବଂ ନିର୍ମାଣ ଶ୍ରମିକଙ୍କ ନିମନ୍ତେ କାର୍ଯ୍ୟ କରିବ ବୋଲି ସମ୍ପାଦକ ଇ. ହାଡିବନ୍ଧୁ ଚୌଧୁରୀ କହିଛନ୍ତି। ପରବର୍ତ୍ତୀ ସମୟରେ ଓଡ଼ିଶାର ଅନ୍ୟ ବ୍ଲକରେ ମଧ୍ୟ କାର୍ଯ୍ୟ କରିବ ବୋଲି ଆଇନ ପରାମର୍ଶ ଦାତା ଶ୍ରୀ ଦିଲୀପ ପାତ୍ର ପ୍ରକାଶ କରିଛନ୍ତି।
ପ୍ରଫୁଲ୍ଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO