ପାରାଦ୍ୱୀପ– ତିର୍ତୋଲ ଉପ ନିର୍ବାଚନ ଆଉ ଦିନକ ପରେ ଭୋଟ୍ ଗ୍ରହଣ । ଆଜି ପ୍ରଚାରର ଶେଷ ଦିନ । ତିନି ଦଳର ପ୍ରମୁଖ ପ୍ରାର୍ଥୀ ଭୋଟରଙ୍କୁ ନିଜ ଆଡ଼କୁ ଓ ନିଜ ଦଳ ଆଡକୁ ମନେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରୀ ରଖିଛନ୍ତି । ନିଜ ନିଜ ସମର୍ଥକ ମାନଙ୍କୁ ଧରି ପ୍ରଚାର ଅଭିଯାନକୁ ଜୋରଦାର୍ କରିଛନ୍ତି । ଆଜି ଅପରାହ୍ନ ୧ଟା ସୁଦ୍ଧା ତିନି ଦଳର କୌଣସି ହେଭିୱେଟ ନେତା ପ୍ରଚାର ମଇଦାନକୁ ଓହ୍ଲାଇନଥିବା ସୂଚନା ମିଳିଛି ।
ବିଜେଡ଼ି ପ୍ରାର୍ଥୀ ବିଜୟଶଙ୍କର ଦାସ, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା, କଂଗ୍ରେସ ପ୍ରାର୍ଥୀ ହିଂମାଶୁ ଭୂଷଣ ମଲ୍ଲିକ ନିଜ ନିଜ ସମର୍ଥକଙ୍କ ସହିତ ଘରକୁ ଘର ଯାଇ ପ୍ରଚାର କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଛି ।