
କେନ୍ଦୁଝର– କେନ୍ଦୁଝରରେ ଗଜରାଜଙ୍କ ଗୁଣ୍ଡାରାଜ । କେନ୍ଦୁଝରର ସଦର ରେଞ୍ଜକୁ ଧସେଇ ପଶିଲେ ୧୩ ଟିକିଆ ଝାରଖଣ୍ଡି ହାତୀ ପଲ । ଏହି ହାତୀ ପଲ ରେ ଅଛନ୍ତି ଚାରୋଟି ଦନ୍ତା ଏବଂ ୬ ଟି ମାଈ ହାତୀ ସହ ତିନୋଟି ଛୋଟ ଛୁଆ ହାତୀ । ଗତକାଲି ତଥା ଶନିବାର ରାତିରେ ଏହି ହାତୀ ପଲ ସଦର ରେଞ୍ଜ ର ହରିହରପୁର ଓ ବାଘୁଆ ସାହୀ ବାଟେ ହୋଇ ଆସି କେରୀ ଗାଁ କୁ ଧସେଇ ପଶିବା ସହ ଗ୍ରାମ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି । ଏହି ହାତୀ ପଲ ଗତ ପ୍ରାୟ ଦୁଇ ମାସରୁ ଉର୍ଦ୍ଧ ସମୟ ହେବ ହରିହରପୁର , ଡାବରଚୁଆ , ନୂଆଗାଁ , କ୍ଷୀରେଇଟାଙ୍ଗରୀ , ଓ ମଇଦାଲକେଲ ଆଦି ଗାଁ ର ବିଲକୁ ଧସେଇ ପଶିବା ସହ ଏକର ଏକର ଚାଷ ଜମିର ଧାନ ଫସଲ ଓ ପନିପରିବା ଖାଇ ଯିବା ସହ ପାଦରେ ଦଳି ଚକଟିି ନଷ୍ଟ କରି ପକାଉଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ପଲଙ୍କ ଉପରେ କଡା ନଜର ରଖାଯାଉଥିବା କୁହାଯାଇଛି । ଏବଂ ବିଭାଗୀୟ କର୍ମଚାରୀ ଓ ଗ୍ରାମ ଲୋକେ ହାତୀ ତଡିବାକୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଛନ୍ତି । କିନ୍ତୁ ହାତୀକୁ ତଡିବା ବେଳେ ହାତୀ ମଧ୍ୟ ସ୍ୱାଭାବିକ ଭାବେ ହିଂସ୍ର ହୋଇ ଲୋକଙ୍କୁ ମାରିବାକୁ ଗୋଡାଉଛି । ଏହି ଝାରଖଣ୍ଡି ହାତୀ ପଲ ଏବେ କେରୀ ଗ୍ରାମ ନିକଟରେ ଥିବା ଶିବ ମନ୍ଦିର ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି । ଫଳରେ ଏହାର ଆଖପାଖ ଗ୍ରାମର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତିି । ହଜାର ହଜାର ସଂଖ୍ୟାରେ ଲୋକେ ହାତୀପଲଙ୍କୁ ଚାରିଆଡୁ ଘେରି ରହିଛନ୍ତି ।
ଏହି ହାତୀ ପଲ ଗତ କିଛି ଦିନ ହେବ ସଦର, ଚମ୍ପୁଆ ଓ ପାଟଣା ରେଞ୍ଜର ବିଭିନ୍ନ ଗାଁରେ ମଧ୍ୟ ପଶି ଆତଙ୍କ ଖେଳାଉଥିଲେ ଓ ଗତ କିଛି ଦିନ ହେବ ସଦର ରେଞ୍ଜକୁ ଧସେଇ ପଶି ଆତଙ୍କ ସୃଷ୍ଟି କରି ଚାଲିଛନ୍ତି । ସେପଟେ ବନ ବିଭାଗ ହାତୀ ପଲଙ୍କ ଉପରେ ନଜର ରଖିବା ସହ ହାତୀ ପଲଙ୍କୁ ଗ୍ରାମ ଠାରୁ ଦୂରେଇ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି । ତା ସହ ଲୋକ ମାନେ ମଧ୍ୟ ହାତୀଙ୍କୁ ଟେକା ପଥର ନମାରି ଉତେଜିତ ନ କରିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO