
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନପାଳ ସୀତାରାମ ପାତ୍ରଙ୍କ ଗତକାଲି ରାତିରେ ମୃତ୍ୟୁ ଘଟିଛି । ସେ ଗତ ୧୫ ଦିନ ହେଲା କାମଳ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ତାଙ୍କୁ ପ୍ରଥମେ ବିଶାଖାପାଟଣା ଏବଂ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି । ଖବର ପାଇ ସମସ୍ତ ବନ କର୍ମଚାରୀ ତାଙ୍କ ଆସିକାସ୍ଥିତ ବାସଭବନରେ ପହଂଚି ପରିବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ ।
ସ୍ୱର୍ଗତ ପାତ୍ର ଦୀର୍ଘ ଅଢ଼େଇ ବର୍ଷ ଧରି ଦିଗପହଣ୍ଡି ବନପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । କିଛି ଦିନ ତଳେ କୁମ୍ଭୀର ଉଦ୍ଧାର କାର୍ଯ୍ୟ ଓ ଅସୁରକ୍ଷିତ ଭାବେ ଘୋଡ଼ାହାଡ଼ ଡ଼୍ୟାମ୍ ରେ ଛାଡିବା ଘଟଣାରେ ନିଲମ୍ବିତ ହୋଇଥିଲେ ।