
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଗତକାଲି ରାତି ୧୧ଟା ୧୦ ମିନିଟ ରେ ବିଜେପି ପୁରୀଜିଲ୍ଲା ର ପୂର୍ବତନ ସଭାପତି ଶରତ ମିଶ୍ରଙ୍କର ହୃଦଘାତରେ ଦେହାନ୍ତ ହେଇଯାଇଛି।ପୁରୀ ଜିଲ୍ଲା ବିଜେପି ର ବିଭିନ୍ନ ସମୟରେ ସେ ଚାରିଥର ସଭାପତି ଥିଲେ।ଦଳର ଜଣେ ଅତିପୁରୁଣା କାର୍ଯ୍ୟକର୍ତ୍ତା ଭାବରେ ସଂଗଠନ କୁ ସୁଦୃଢ କରିବା ପାଇଁ ସେ ସମସ୍ତ ସମୟ ଦେଇ ଶେଷ ଜୀବନ ପର୍ଯ୍ୟନ୍ତ ଲାଗିରହିଥିଲେ।ଦଳର ଅନେକ ଜାତୀୟ ସ୍ତରର ନେତୃବୃନ୍ଦ ତାଙ୍କୁ ଭଲ ଭାବରେ ଜାଣିଥିଲେ।ଦଳର ଅତି ଦୁର୍ଦ୍ଦିନରେ ବସରେ ସ୍କୁଟରରେ ବୁଲି ସଂଗଠନକୁ ବଂଚେଇ ରଖିବା ପାଇଁ ପ୍ରୟାସ କରିଥିଲେ।ମାତ୍ର ନିଜ ପାଇଁ ସେ କିଛି କରିପାରି ନଥିଲେ।ତାଙ୍କ ଅପ୍ରତ୍ୟାଶିତ ଦେହାନ୍ତରେ ବିଜେପି ପୁରୀ ଜିଲ୍ଲା ନେତୃବୃନ୍ଦ ଦୁଃଖରେ ଭାଙ୍ଗି ପଡିଛନ୍ତି।ଆଜି ସକାଳ ୧୦ ଘଣ୍ଟିକା ସମୟରେ ତାଙ୍କ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।ବଡପୁଅ ଶ୍ରୀକାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ।ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ, ଆଦିକନ୍ଦ ଶ୍ରୀଚନ୍ଦନ,ସୁରେନ୍ଦ୍ରନାଥ ଜେନା,ପ୍ରଭଞ୍ଜନ ମହାପାତ୍ର, ଦିଗଦର୍ଶନ ପଟ୍ଟନାୟକ, ନାରାୟଣ ପାତ୍ର,ବିଶ୍ୱଜିତ ବଡଜନା,ଅରୁଣ ମହାପାତ୍ର ପ୍ରମୁଖ ଶ୍ମଶାନରେ ଉପସ୍ଥିତ ଥିଲେ।ତାଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଶାନ୍ତନା ଦେଇଥିଲେ।
ଜିଲ୍ଲା ସଭାପତି ଶ୍ରୀ ଆଶ୍ରୀତ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଉପ ସଭାପତି ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଢ଼ଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,କୃଷକ ନେତା ସୁରଥ ବିଶ୍ୱାଳ,ରାଜ୍ୟ ପ୍ରବକ୍ତା ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ,ପୂର୍ବତନ ବିଧାୟକ ଶ୍ରୀ ବାଇଧର ମଲ୍ଲିକ,ଶ୍ରୀ ରବି ମଲ୍ଲିକ ପ୍ରମୁଖ ଶରତ ଭାଇନାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି।ଯେଉଁ ଗାଁ ରେ ବିଜେପି ର ପ୍ରେରଣା ପାଇଁ ଅନେକ ଥର ଭୋଜି ଭାତରେ ଯୋଗ ଦେଇଥିଲେ ସେହି ଗାଁ ଶ୍ମଶାନରେ ସମସ୍ତେ ଉପସ୍ଥିତ ରହି ଅଶ୍ରୁଳ ବିଦାୟ ଦେଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO