
ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ଶାସକଦଳକୁ ଆସିକା ସାଂସଦ ଭରସା ହେବେ ବୋଲି ଆକଳନ କରାଯାଇଥିଲା ତାହା ଆଜି ସ୍ପଷ୍ଟ ପ୍ରମାଣିତ ହୋଇଛି ! ଆଜି ସାନଖେମୁଣ୍ଡି ବ୍ଲକରେ ଆସିକା ସାଂସଦ ପ୍ରମିଳା ବିଶୋଇ ଓ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ନିଜ ଦଳୀୟକର୍ମୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମାରାଥନ ଉଦଘାଟନ କରିଛନ୍ତି ! ଆଡ଼ପଡ଼ା ପଞ୍ଚାୟତର ମାଣିକେଶ୍ବରୀ ହାଇସ୍କୁଲ ଫାଟକ ଓ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପ, ଠାକୁରାଣୀ ମନ୍ଦିର ଗୃହ. ଆଡ଼ପଡ଼ା ସି ଏଚ ସି ଆଲୋକୀକରଣ ପାଇଁ ହାଇମାକ୍ସ ଆଲୁଅ, ପେଣ୍ଡୁରାଲୁଣ୍ଡି ବ୍ରାହ୍ମଣ କୋଠଗୃହ ସମେତ ବାଲିଆ କଇଠବେଢ଼ା ରେ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିଲେ !ସାଂସଦ ଆଡ଼ପଡ଼ା ଇଶାଣେଶ୍ଵର ବିଜୁ ପାର୍କ ଭ୍ରମଣ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତି ଓ ବୃକ୍ଷପ୍ରେମ ସହ ପାର୍କ ଏବେ ଗାଁରେ ହାଜର ହୋଇଛି ବୋଲି ପ୍ରକାଶ କରିଥିଲେ ! ସରପଞ୍ଚ ନୀଳମାଧବ ରାଉତ, ସମିତିସଭ୍ୟ ସୁରେନ୍ଦ୍ର ବାରିକଙ୍କ ଏସନେଶ୍ୱର ପାଠାଗାର ସଭାପତି ବନମାଳୀ ପ୍ରଧାନ ଙ୍କ ସମେତ ସମସ୍ତ ସ୍ବେଛାସେବୀ ଉପସ୍ଥିତ ଥିଲେ ! ଆଡ଼ପଡ଼ା ପଞ୍ଚାୟତ କାର୍ଯ୍ୟକ୍ରମ ସହ ସାଂସଦ ଓ ପୂର୍ବତନ ବିଧାୟିକା ମାସ୍କ ବଣ୍ଟନ, କରିବା ସହ ଜନସଚେତନ କରାଇଥିଲେ। ରିପୋର୍ଟ। ପ୍ରଫୁଲ୍ଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO