-
ବ୍ଲୁ ଫ୍ଲାଗ ବିଚରେ ବୁଡି ମରିଥିବା ନାବାଳକର ମୃତ୍ୟୁ ବିରୁଦ୍ଧରେ ଏତଲା

କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ପ୍ରିୟଦର୍ଶନ ପଟ୍ଟନାୟକ ଆଇନଜୀବୀ ଓ ଆବାହକ ଶ୍ରୀଜଗନ୍ନାଥ ସେନା ସମୁଦ୍ର କୂଳ ଥାନାରେ ଉପସ୍ଥିତ ରହି ଏକ ଲିଖିତ ଏତଲା ଦେଇଛନ୍ତି ଯେ, ଗତକାଲି ପୁରୀ ସହର ର ଚାଣକ୍ୟ ବି.ଏନ.ଆର ହୋଟେଲରେ ରହୁଥିବା ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଅଞ୍ଚଳର ଅଶୋକ ନଗର ସ୍ଥିତ ୫0୪ ନମ୍ବର ପ୍ଲଟ ଥାନା-ଆରୋବରା ର ଏଗାର ଜଣ ପର୍ଯ୍ୟଟକ ନୂତନ ଭାବେ ନିର୍ମିତ ପୁରୀର ବ୍ଲୁ ଫ୍ଲାଗ ବିଚ କୁ ଟିକେଟ କରି ଯାଇ ସ୍ନାନ କରିଥିଲେ କିମ୍ବା ବୁଲାବୁଲି କରୁଥିବା ସମୟରେ ଟନିସ୍କ ରାୟ – ୧୬ ବର୍ଷ, ପିତା -ବିନୟ ରାୟ (ନାବାଳକ ଟିଏ ) ବୁଡ଼ିଯାଇ ମୃତ୍ୟୁ ବାରଣ କରିଛି |ଏହାକୁ ସମସ୍ତ ଗାଇଡ଼ଲାଇନ ଓ ଆଇନ କୁ ଜଳାଞ୍ଜଳି ଦେଇ ଜନଗହଳି ଓ ବିପଦ ସଂକୁଳ ସମୁଦ୍ରକୁ ବ୍ଲୁ ଫ୍ଲାଗ ର ମାନ୍ୟତା ଦେଇଥିବା ଡେ଼ନମାର୍କ ଦେଶର ବ୍ଲୁ ଫ୍ଲାଗ ର ସଂସ୍ଥା ଓ ଏହାକୁ ତଦାରଖ ଓ ନପରଖୀ ଖାମଖିଆଲି ଭାବେ ଗ୍ରହଣ କରି ପୁରୀ ସମୁଦ୍ରକୁ ଖଣ୍ଡ ଖଣ୍ଡ କରି ନିଲାମ କରି ଟଙ୍କା ଆଦାୟ କରାଯାଉଥିବା ଜିଲ୍ଲା ପ୍ରଶାସନ ର ମୁଖ୍ୟ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଙ୍କ ନାମରେ ଓ ଅନ୍ୟମାନଙ୍କ ବିରୁଦ୍ଧରେ କଠୋର ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |୧୯୯୯ ମସିହା ଠାରୁ ମହାବାତ୍ୟା, ଫାଇଲିନ, ଫନି ଭଳି ପ୍ରତ୍ୟେକ ବର୍ଷ ବହୁତ ଝଡ଼ ଓ ତୋଫାନ ପୁରୀ ବେଳାଭୂମିରେ ଘଟୁଥିବା ବେଳେ ରାସ୍ତା ପର୍ଯ୍ୟନ୍ତ ସମୁଦ୍ର ମାଡି ଆସୁଥିବାରୁ ଏହା ସମ୍ପୂର୍ଣ୍ଣ ବିପଦ ସଂକୁଳ ସମୁଦ୍ର ଘୋଷଣା ହୋଇଥିବାରୁ ଏଠାରେ ଜିଓ ସିନ୍ଥେଟିକ ପ୍ରାଚୀର ନିର୍ମାଣ କରି ପୁରୀ ସମୁଦ୍ରକୁ ସୁରକ୍ଷା ଦେବାପାଇଁ ନିଷ୍ପତ୍ତି ହୋଇଥିଲା |ମାତ୍ର ତାହା ନ କରି ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଇ କେବଳ ପଇସା ଲୋଭରେ ଏହା ଆଇସେଲେସନ ଏରିଆରେ ନ ଥାଇ ମଧ୍ୟ ଏହାକୁ ଜିଲ୍ଲାପାଳ ବେଆଇନ ଭାବେ ବ୍ଲୁ ଫ୍ଲାଗ ବିଚ ଘୋଷଣା କରି ପର୍ଯ୍ୟଟକଙ୍କ ଠାରୁ ପଇସା ଆଦାୟର ଏକ ପନ୍ଥା ଭାବେ ବାଛିଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ମଧ୍ୟ ଟଙ୍କା ଆଦାୟ କରାଯାଉଛି |ପ୍ରକୃତରେ ଏହାକୁ ବ୍ଲୁ ଫ୍ଲାଗ ବିଚ ପାଇଁ ଯୋଗ୍ୟ କିମ୍ବା ନୁହେଁ ଆଗ ବିଚାର ସରୁ ନ ସରୁଣୁ ଟଙ୍କା ଲୋଭରେ ଏହାକୁ ନିଲାମ କରାଯିବା ହେତୁ ଏହି ଦୃଘଟଣା ଘଟିଲା |ବର୍ଷକୁ ୧୫ ରୁ ୧୬ ଜଣ ଏଠାରେ ବୁଡି ମାରିଥିବା ବେଳେ ଶତାଧିକ ପର୍ଯ୍ୟଟକ ଭୀଷଣ ଆହତ ହେଉଛନ୍ତି ତେଣୁ ସଠିକ ନିରାପତ୍ତା ପର୍ଯ୍ୟନ୍ତ ଏହି ବ୍ଲୁ ଫ୍ଲାଗ ବିଚକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖାଯିବା ସହ ଏହି ନାବାଳକ ର ମୃତ୍ୟୁ ପାଇଁ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉ, ନଚେତ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବା ସହ ଏହି ବେଆଇନ କାର୍ଯ୍ୟ ପାଇଁ ହାଇକୋର୍ଟ ଯିବାପାଇଁ ଆଇନଜୀବୀ ତଥା ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏତଲାରେ ପ୍ରକାଶ କରି ସମୁଦ୍ର କୁଳ ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO