
ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଶିକ୍ଷାଧିକାରୀଙ୍କୁଦାଦାବଟି ଧମକଚମକ ଦେଇ ବଟି ମାଗି ତିନି ଜଣ ସାମ୍ବାଦିକ ଗିରଫ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ବିଇଓ ରସାନନ୍ଦ କରଙ୍କ ଏତଲା ଅନୁଯାଇ ପ୍ରମେୟ ସାମ୍ବାଦିକ କାଳିଆ ପାଢୀ,ଓଟିଭି ସାମ୍ବାଦିକ ଆଲୋକ ଗୌଡ ଏବଂ ବଡଖବର ସାମ୍ବାଦିକ ମନୋଜ କୁମାର ଘଡେଇଙ୍କ ନାମରେ କେସ୍ ନମ୍ବର ୩୦୮/୨୦,ଦଫା ୩୫୩, ୩୮୫, ୫୦୬, ୫୦୭ ଓ ୩୪ ଅନୁସାରେ ମାମଲା ରୁଜୁ ହୋଇଛି। ଘଟଣା ସମ୍ପର୍କରେ ଜଣା ପଡିଛି ଯେ, ଗତ ୧୬ ତାରିଖରେ ଦୁଇ ଜଣ ବୈଦ୍ଯୁତିକ ଗଣମାଧ୍ୟମର ଓ ଜଣେ ଛପା ଗଣମାଧ୍ୟମ ସାମ୍ବାଦିକ ମିଶି ଖବର ସଂଗ୍ରହ ଆଳରେ ବିଇଓ କାର୍ଯ୍ୟାଳୟକୁ ଯାଇ ୫୦୦୦ ଟଙ୍କା ଦାବି କରି ଫେରି ଆସିଥିଲେ। ତା’ପରବର୍ତ୍ତୀ ଦିନ ପୋଲସରା ଅଞ୍ଚଳର ବଡଖବର ସାମ୍ବାଦିକ ବିଇଓଙ୍କୁ ବାରମ୍ବାର ଫୋନ୍ କରି ବୁଗୁଡା ପ୍ରମେୟ ସାମ୍ବାଦିକଙ୍କୁ ଦାବି ମୁତାବକ ଅର୍ଥ ଦେବାକୁ କହିଥିଲେ। ଏନେଇ ବିଇଓ ଯେତେବେଳେ ବୁଗୁଡାର ସାମ୍ବାଦିକଙ୍କୁ ଯୋଗାଯୋଗ କଲେ ସେତେବେଳେ ସେ ୧୫,୦୦୦ ଟଙ୍କା ଦାବି କରିଥିଲେ। ଏଥିରେ ବିଇଓ ଅମଙ୍ଗ ହେବାରୁ ତାଙ୍କ ବିରୋଧରେ ଖବରକାଗଜ ଓ ବୈଦ୍ଯୁତିକ ଗଣମାଧ୍ୟମ ତାଙ୍କ ବିରୋଧରେ ଖବର ପ୍ରକାଶ ପାଇଲା। ପୋଲସରା ବଡଖବର ସାମ୍ବାଦିକ ପୁଣି ବିଇଓଙ୍କୁ ତାଙ୍କ ବିରୋଧରେ ମନ୍ଦ ଖବର ପ୍ରକାଶ କରିବେ ବୋଲି ଧମକାଇ ୫୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବିଇଓ ଗତ ୨୦ ତାରିଖରେ ଜିଲ୍ଲାପାଳ,ଭଞ୍ଜନଗର ଉପଜିଲ୍ଲାପାଳ, ଏସଡିପିଓ,ତହସିଲଦାର ଓ ବିଡିଓଙ୍କୁ ଅବଗତ କରଥିବା ଶୁଣିବାକୁ ମିଳୁଛି। ସାମ୍ବାଦିକ ମାନଙ୍କ ବିରୋଧରେ ମାମଲା ହେବା ଜାଣିବା ପରେ ଜଣେ ବୈଦ୍ଯୁତିକ ଗଣମାଧ୍ୟମ ସାମ୍ବାଦିକ ୨୪ ତାରିଖ ବିଇଓଙ୍କ ବିରୁଦ୍ଧରେ ମଧ୍ୟ ଏତଲା ଦେଇଥିଲେ। କିଛି ସାମ୍ବାଦିକ ସମର୍ଥନ କରି ସାଙ୍ଗରେ ଯାଇଥିଲେ ଏବଂ ପରିସ୍ଥିତି ଦେଖି ସେଠାରୁ ଖସି ଚାଲିଯାଇଥିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ବଡଖବର ସାମ୍ବାଦିକ ମନୋଜ କୁମାର ଘଡେଇ ଏମବିସି ଟିଭି ସମେତ ଛପା ଗଣମାଧ୍ୟମ ଓ ଏକାଧିକ ୱେବ୍ ଚ୍ଯାନେଲର ସାମ୍ବାଦିକ ରହିଥିବା ନେଇ ଜଣା ପଡିଛି। ବୁଗୁଡା ଓ ପୋଲସରା ଅଞ୍ଚଳରେ ବଟି ମାଗି ସାମ୍ବାଦିକ ଗିରଫ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟର ସିସିଟିଭି ଫୁଟେଜକୁ ଅନୁଧ୍ୟାନ କଲେ ଦଶହରା ଭେଟିର ଅନେକ ମୁଖା ଖୋଲିବ ବୋଲି ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି। ଓଡିଶାର ପ୍ରମୁଖ ବଡ ଗଣମାଧ୍ୟମର ତିନି ଜଣ ସାମ୍ବାଦିକ ଗିରଫ ନିଶ୍ଚିତ ଭାବରେ ଗଣମାଧ୍ୟମ ଉପରେ ଖରାପ ପ୍ରଭାବ ପଡ଼ିବ। ତିନି ଜଣ ସାମ୍ବାଦିକଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ବୁଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO