
ମାଲକାନଗିରି– ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଦୁଇଦିନ ଧରି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟଆଜି ଶେଷ ହୋଇଛି । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗୋଟିଏ ଆଇଇଡି ବିସ୍ଫୋରଣ, ୧୬ ରାଉଣ୍ଡ ଗୁଳି, ଗୋଟିଏ ମାଗାଜିନ, ୩୨ଟି ଡିଟୋନେଟର, ରେଡିଓ, ମାଓ ପୋଷାକ, କିଟ୍ ବ୍ୟାଗ୍ ଜବତ ହୋଇଛି । ତେବେ ପାପମେଟାଲ ଥାନା ଗୁଣମାମୁଡି ଗାଁ ପାଖରେ ଉଭୟ ମୁହାଁମୁହିଁ ହୋଇଥିଲେ । ଗୁଣମାମୁଡି ଗାଁ ପାଖରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି କରିଥିଲେ ନକ୍ସଲ । ସୁରକ୍ଷାକର୍ମୀଙ୍କ ପ୍ରତିଆକ୍ରମଣ କରିବାରୁ ନକ୍ସଲମାନେ ଜଙ୍ଗଲକୁ ଖସି ପଳାଇଥିଲେ । ଗତ ୨ ଦିନ ତଳେ ଆରମ୍ଭ ହୋଇଥିଲା ଅପରେସନ । ମାଓ ଶିବିର ଥିବାର ସୂଚନା ପାଇ ପୋଲିସ ଆରମ୍ଭ କରିଥିଲା ଅପରେସନ । ଏହି ଅପରେସନରେ ନିୟୋଜିତ ଥିଲେଏସ ଓଜି , ବିଏସଏଫ, ଡ଼ିଭିଏଫ ଓ ଆନ୍ଧ୍ର ପୋଲିସ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO