
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସଙ୍ଗୀତମୟ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ଉଦଯାପନୀ ଉତ୍ସବ ଦିବସ ପାଳିତ ହୋଇଯାଇଛି |ଉଦଯାପନୀ ଉତ୍ସବ ଅବସରରେ ରାମାୟଣର ଅନ୍ତିମ କାଣ୍ଡ ଉତ୍ତର କାଣ୍ଡ ପାଠ ସହିତ ଦୁର୍ଗା ସପ୍ତସତୀ ପାଠ ଓ ହୋମ କରାଯାଇଥିଲା |ସହିତ ପ୍ରତିବର୍ଷ ପରି ଚଳିତ ବର୍ଷ ପରମ୍ପରା ଅନୁଯାୟୀ ଶାରଦୀୟ ଦୁର୍ଗାପୂଜା ଅବସରେ କୁମାରୀ ମାନଙ୍କୁ ଦୁର୍ଗା ମାତାଙ୍କ ଅନ୍ୟ ଏକ ରୂପେ ଭାବେ ମାନି କୁଙ୍କୁମ, ଅଳତା, ସିନ୍ଦୁର, ଚନ୍ଦନ, ନୂତନ ବସ୍ତ୍ରରେ ଅଳଙ୍କୃତ କାରାଯାଇଥିଲା |ଏହା ପରେ ବରିଷ୍ଠ ଶ୍ରୀମନ୍ଦିର ସେବାୟତ ରଜତ କୁମାର ପ୍ରତିହାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବୈଦିକ ବ୍ରାହ୍ମଣ ମାନେ ମନ୍ତ୍ରପାଠ ପୂର୍ବକ କୁମାରୀ ମାନଙ୍କ ପୂଜନ କରାଯାଇଥିଲା |
ଏହି ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ କିପରି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ପୂଜା ପାଠ କରିଥିଲେ |ସତସଙ୍ଗ ପରିବାର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଓ ସତସଙ୍ଗ ପରିବାରର ସଦସ୍ୟ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ,ଦୁର୍ଗାମଣି ପ୍ରତିହାରୀ,ରାଜଲକ୍ଷ୍ମୀ ପ୍ରତିହାରୀ, ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର,ଗୋ ସେବକ ଓ ଆଇନଜୀବି ସଂଗ୍ରାମ କେଶରୀ ଶତପଥି, ଉମାମଣୀ ମହାନ୍ତି, ବଳରାମ ମିଶ୍ର,ଲଷ୍ମୀପ୍ରିୟା ପଣ୍ଡା, କାର୍ତ୍ତିକ ପଣ୍ଡା,ତପସ୍ୱିନୀ ପଣ୍ଡା, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ଅଞ୍ଜଳି ମୁଣ୍ଡ,ପୁରୁଷୋତ୍ତମ ପଣ୍ଡା,ଅର୍ଚ୍ଚନା ପଣ୍ଡା,ଗଣେଶ୍ୱର ପଣ୍ଡା,ଶିବାନୀ ପଣ୍ଡା, ନଳିନୀ ରାୟଗୁରୁ, ଗୋବିନ୍ଦ ମହାପାତ୍ର, ମନୋଜ କୁମାର ପଣ୍ଡା, ଘନଶ୍ୟାମ ବେହରା, ଦୀପକ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ |
କରୋନା ମହାମାରୀର ସମସ୍ତ ନିୟମକୁ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO